www.samajalive.in
Monday, December 15, 2025
27.1 C
Bhubaneswar

ବାଇକ୍ ଓ ଟାଟା ମ୍ୟାଜିକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ-ମୁନିଗୁଡା ରାସ୍ତାରେ ମଙ୍ଗଳବାର ବାଇକ୍ ଓ ଟାଟା ମ୍ୟାଜିକ୍ ମୁହାଁମୁହିଁ ଧକ୍କା ହୋଇଛି। ଗୁରୁତର ବାଇକରେ ବସିଥିବା ୨ ଯୁବକଙ୍କୁ ଲାଞ୍ଜିଗଡ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଆଜି ଲାଞ୍ଜିଗଡ ବ୍ଳକ ଛତ୍ରପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ରାଜ କୁମାର ସାହୁ (୩୮) ଓ ଡମ୍ବରୁଧର ସାହୁ (୩୦) ଏକ ବାଇକ୍ ଯୋଗେ ଲାଞ୍ଜିଗଡଠାରୁ ମୁନିଗୁଡା ପଟେ ଯାଉଥିଲେ। ଉକ୍ତ ରାସ୍ତାରେ ଲାଞ୍ଜିଗଡ ବିଦେଶୀ ମଦ ଦୋକାନ ନିକଟରେ ମୁନିଗୁଡା ପଟୁ ଆସୁଥିବା ଏକ ଟାଟା ମ୍ୟାଜିକ୍ ଗାଡି ସହ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ଦୁଇ ଯୁବକ ଗୁରୁତର ହୋଇଛନ୍ତି।ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଆଣି ଲାଞ୍ଜିଗଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଲାଞ୍ଜିଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟାଟା ମ୍ୟାଜିକଟିକୁ ଆଣି ଥାନାରେ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories