www.samajalive.in
Sunday, December 14, 2025
23.1 C
Bhubaneswar

ମଟରସାଇକଲ୍‌ ଓ ସାଇକଲ ଧକ୍କା ୨ ଗୁରୁତର

କଲମପୁର -କଲମପୁର ଦୁଲକିବନ୍ଧ ମୁଖ୍ୟ ରାସ୍ତାର ଜାମ ଜୋର ନାଳ ପାଖରେ ଏକ ସାଇକଲ ସହ ମଟର ସାଇକଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେଇଥିଲା । ଏଥିରେ ଉଭୟ ମଟରସାଇକଲ ଓ ସାଇକଲ ଆରୋହୀ ଗୁରୁତର ଆହତ ହେଇ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ପ୍ରାପ୍ତ ସୁଚନା ଅନୁସାରେ ବିରିପୁର ଗ୍ରାମର ରୋସନ ପଣ୍ଡା କୌଣସି କାମରେ କଲମପୁର କୁ ଆସି ଏକ ମଟରସାଇକଲ ଯୋଗେ ନିଜ ଗାଁ ବିରିପୁରକୁ ଫେରୁଥିବା ବେଳେ ବିପରିତ ଦିଗରୁ ବିରିପୁର ଗ୍ରାମର ଜନୈକା ଯୁବତୀ ମାଧୁରୀ ପାନ ସବୁଦିନ ଭଳି ଏକ ସାଇକଲ ଯୋଗେ ସିଲେଇ କାମ ଶିଖିବା ପାଇଁ କଲମପୁର ଆସୁଥିଲେ । ମଟରସାଇକଲ ଚାଳକ ନିଜ ନିୟନ୍ତ୍ରଣ ହରାଇ ସାଇକଲ ସହ ମୁହାଁ ମୁହିଁ ଧକ୍କା କରିଥିଲେ । ଧକ୍କା ଏତେ ତୀବ୍ର ଥିଲା ଯେ ସାଇକଲକୁ ପ୍ରାୟ ୩ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଉଭୟ ସାଇକଲ ଓ ମଟରସାଇକଲ ଆରୋହୀ ଛିଟିକି ପଡି ଗୁରୁତର ହେଇ ପଡିଥିଲେ ।

- Advertisement -

କଲମପୁରର ଜନୈକ ଯୁବକ ନିର୍ମଲ ନାଏକ ରୋସନକୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେହିଭଳି ଯୁବତୀଙ୍କ ମଧ୍ୟ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସୁଚନାଯୋଗ୍ୟଯେ, ପାରିବାରିକ ଆର୍ଥିକ ସମସ୍ୟା ଯୋଗୁଁ ମାଧୁରୀର ବାପା ଏବେ ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ଝିଅ ଦୁର୍ଘଟଣାରେ ଗୁରୁତର । ଅନ୍ୟପଟେ ମାଁ ଅନ୍ୟ ଏକ ଭଉଣୀର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବଡ ଭଉଣୀଙ୍କର ଉପରେ ନିର୍ଭରଶୀଳ ଥିଲେ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories