www.samajalive.in
Monday, December 15, 2025
27.1 C
Bhubaneswar

ଗୋପବନ୍ଧୁ ଡିଗ୍ରୀ ମହିଳା କଲେଜରେ ସେବା ଓ ସେବକ ସପ୍ତାହ

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ଅବସରରେ ସେବା ଓ ସେବକ ସପ୍ତାହ ଯୁବ ରେଡକ୍ରସ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜ ପରିସରରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ରୀମାନେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ସହିତ ଚାରା ରୋପଣ କରିଥିଲେ।

ଏହି ଉପଲକ୍ଷେ ବରିଷ୍ଠ ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ସଙ୍ଗୀତା ମହାପାତ୍ର ଯୋଗଦେଇ ନିସ୍ୱାର୍ଥପର ସେବାର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରୀମାନେ ନିଜ ଜୀବନରେ ଯତକିଞ୍ଚିତ ମାନବ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସଂଯୋଜନା କରୁଥିବା ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସାହୁ, ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର, ସରିତା ଆଚାର୍ଯ୍ୟ, ପ୍ରତିମା ସିଂହ ଓ ରଶ୍ମିତା ପଣ୍ଡା ପ୍ରମୁଖ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବନ ବିଦ୍ୟାଳୟର ସ୍ଥାପନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିବା ସୁଜାତା ମହାନ୍ତି, ଦ୍ୱିତୀୟରେ ଜପସ୍ୱୀନୀ ସାହୁ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶଶିପ୍ରିୟା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଯୁବରେଡକ୍ରସ ଉପଦେଷ୍ଟା ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ର ସେବା ଓ ସେବକ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories