www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟରେ ସେବା ଓ ସେବକ ସପ୍ତାହ ପାଳନ

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟରେ ମଙ୍ଗବାର ଦିନ ଅଡିଟରିଅମ ହଲରେ ସାମାଜ ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମାଜ ପ୍ରତିନିଧି ଶବର ତରାଇଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗୀୟ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ସଭାପତିତ୍ୱ କରିଥିଲେ। ଏଥିରେ ଅର୍ଥନୀତି ବିଭାଗ ଅଧ୍ୟାପକ ଡ଼ଃ ପୁରୁଷୋତ୍ତମ ସାହୁ,ଓଡ଼ିଆ ବିଭାଗୀୟ ମୁଖ୍ୟ ଲକ୍ଷ୍ମୀ ଚରଣ ପଣ୍ଡା,ଅଧ୍ୟାପକ ଡ଼ଃ.ଦୁର୍ଯ୍ୟୋଧନ ସାହୁ,ଗଞ୍ଜାମ ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ସେବା ଓ ତ୍ୟାଗର ପ୍ରତୀକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ମାନବ ଜାତି ପାଇଁ କରିଥିବା ଉତ୍ସଗୀକୃତ ଜୀବନୀ ଉପରେ ସୃତି ଚାରଣ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଓ ଯୁବକ ମାନେ ଚାଲିଲେ ସମାଜ କଲ୍ୟାଣ ହୋଇପାରବ ।
ତେଣୁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଛାତ୍ରମହାପ୍ରସାଦ ମହାପାତ୍ର ଓ କୀର୍ତ୍ତି ରଞ୍ଜନ ବିଶୋଇ ଗୋପବନ୍ଧୁ ଙ୍କ ଜୀବନୀ ଉପରେ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ଅଧ୍ୟାପକ ଗିରିଷ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରୋହିତ କୁମାର ସାହୁ,ଡ଼ଃ.ଅନିତା କୁମାରୀ ପାଣିଗ୍ରାହୀ,ବାଇରୀ  ଦେବୀ, ନରତମାନା,ସୂର୍ଯ୍ୟନାରାୟଣ ମୁଦୁଲି,ରସାନନ୍ଦ କଁଅର,ମହେନ୍ଦ୍ର କୁମାର ସେଠି,ଡ଼ଃ.ସନ୍ତୋଷ କୁମାର ପାତ୍ର,ଜଗଦୀଶ ପାଢ଼ୀ,ଡ଼ଃ.ସୁଶାନ୍ତ କୁମାର ସେଠୀ,ସୁମନ୍ତ ସେଠି,ପୁରୁଷୋତ୍ତମ ପାତ୍ର,ନିଗମ ସ୍ବାଇଁ,ଅଶ୍ମିତା ପଟନାୟକ,ଏସ.ସନ୍ଧ୍ୟା,ମନୋରମା ପଣ୍ଡା,ନମିତା କୁମାରୀ ସାହୁ,ପ୍ରବୀର ପାଢ଼ୀ,ସୁଶାନ୍ତ କୁମାର ଆଚାରୀ,ଗଦାଧର ସାହୁ,ଆଦିତ୍ୟ ମହାପାତ୍ର,ରଘୁ ରେଡି,ପ୍ରଦୀପ୍ତ ପ୍ରତାପ ପଟନାୟକ,ଅଜୟ ବାରିକି ପ୍ରମୁଖ ଅଧ୍ୟାପକ,ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories