www.samajalive.in
Tuesday, December 9, 2025
15.1 C
Bhubaneswar

ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ଯବାନ

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଭଳି ଦୁର୍ଗମ ଅଂଚଳରୁ ରୋଗୀ ନିତିଦିନ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଚିକିତ୍ସାଳୟରେ ଡାକ୍ତର ଅଭାବ ସହ ଅଲ୍ଟ୍ରାସାଉଣ୍ଡ ମିଶିନ୍, ରକ୍ତଭଣ୍ଡାର ଥାଇ ମଧ୍ୟ ରୋଗୀଙ୍କ ସେବାରେ ଲାଗୁନାହିଁ । ତେବେ କୋଟଗଡ଼ ବ୍ଲକ ଉପାନ୍ତ ଅଞ୍ଚଳରେ ବସ ବାସ କରୁଥିବା ଏକ ଗରିବ ପରିବାର ନିଜର ୧୦ବର୍ଷ ବୟସର ଝିଅ ମନୀଷା ମଣ୍ଡଳର ଦେହ ଅସୁସ୍ଥ ଥିବା ଯୋଗୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  ।

ଝିଅ ସିକଲିନ୍ ରୋଗରେ ଆକ୍ରାନ୍ତ ହୋଇଥିବା ଯୋଗୁ ହଠାତ୍ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ି ବା  ସହିତ ରକ୍ତର ଆବଶ୍ୟକ ପଡ଼ିଥିଲା । ଫଳରେ ଗରିବ ପରିବାର ଲୋକେ ରକ୍ତ ନପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲ । ଏହି ସମୟରେ ଦେବଦୂତ ସାଜି ବାଲିଗୁଡ଼ା ୧୨୭ ବାଟାଲିଆନ୍ କନଷ୍ଟେବଳ ପୀୟୂଷ କଲ୍ ଟିଆ ଚିକିତ୍ସା ଳୟରେ ପହଞ୍ଚି ବି ପଜିଟିଭ୍  ରକ୍ତ ଦାନ କରିଥିଲେ । ଏହା ଫଳରେ ଛୋଟ ଶିଶୁଟି ନୂଆ ଜୀବନ ପାଇଛି । ଯବାନଙ୍କ ଏଭଳି ମହାନତାକୁ ଅଞ୍ଛଳ ବାସି ପ୍ରସଂଶା କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories