www.samajalive.in
Sunday, December 7, 2025
14.1 C
Bhubaneswar

ଭିନକ୍ଷମଙ୍କୁ ମିଳିଲା ହୁଇଲ ଚେୟାର

ପାପଡାହାଣ୍ଡି :  ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଭିନକ୍ଷମଙ୍କୁ ହୁଇଲ ଚେୟାରପ୍ରଦାନ କରିଛନ୍ତି ।
ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତର ଦଶରୀ ବିନ୍ଧାଣି ଦୁଇ ବର୍ଷରୁ ଅଧିକ ସମୟ ହେବ ପକ୍ଷାଘାତ  ରୋଗରେ ପୀଡିତ ଅଛନ୍ତି । ନିଜର ଗୋଡ଼ ଦୁଇଟି ଅକାମି ହୋଇଯାଇଛି। ଘରେ ସ୍ୱାମୀ ଲହରା କାମ କରି କଷ୍ଟେ ମଷ୍ଟେ ଚଲୁଥିବା ଯୋଗୁଁ ଦଶରୀର ଚିକିତ୍ସା ହୋଇ ପାରିନଥିଲା, ପରିବାର କହିଲେ ୬ ପ୍ରାଣୀ କୁଟୁମ୍ବ, ବଡପୁଅ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ୩ଟି  ଝିଅ ସହ ୫ଣ ରହୁଛନ୍ତି, ଏକା ରାମଚନ୍ଦ୍ର ରୋଜଗାର କରୁଥିବା ବେଳେ ଘରର ଛାତ  କାଳବୈଶାଖୀରେ ଉଡିଯାଇଛି, ସରକାର ଙ୍କ ତରଫରୁ ୧୦ କିଲୋ ଚାଉଳ ମିଳୁଅଛି,୪ ଜଣଙ୍କ ଆଧାର ନଥିବା ଯୋଗୁଁ ଚାଉଳରୁ ବଞ୍ଚିତ,  ଆଧାର କାର୍ଡ ନଥିବା ଯୋଗୁଁ ପକ୍ଷାଘାତ ପୀଡିତାଙ୍କ ଭିନକ୍ଷମ ସାର୍ଟିଫିକେଟ ମିଳିପାରୁନାହିଁ |  ଏହି ଖବର ପାଇବା ପରେ ବ୍ଲକ ପ୍ରଶାସନ ତପ୍ତରତା  ଦେଖାଇ ଥିଲା। ବ୍ଲକ ଉପାଧ୍ୟାକ୍ଷ ସୁଶାନ୍ତ ବେହେରା  ଦଶରୀ ବିନ୍ଧାଣିଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି ଏବଂ ତାଙ୍କ ପରିବାରର ବଳକା ବ୍ୟକ୍ତି ମାନଙ୍କର ଆଧାର କାର୍ଡ କିପରି ଶୀଘ୍ର ପ୍ରଦାନ ହେବ ସେ ଦିଗରେ ଚେଷ୍ଟା କରୁଥିବା ଉପାଧ୍ୟକ୍ଷ କହିଛନ୍ତି । ବ୍ଲକ ପ୍ରଶାସନ ତଥା ଉପାଧକ୍ଷ ଶ୍ରୀ  ବେହେରାଙ୍କୁ ରାମଚନ୍ଦ୍ର ବିନ୍ଧାଣି ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories