ଦେଶରେ ଆଉ ୧୩,୩୧୩ କରୋନା ସଂକ୍ରମିତ ଚିହ୍ନଟ ଦେଶ-ବିଦେଶନିଉଜ ଆଲର୍ଟ By samajalive On Jun 23, 2022 Share ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ାଉଛି ଦୈନିକ କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦେଶରେ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ସାରା ଦେଶରୁ ଆଉ ୧୩ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । Related Posts ପରିତ୍ୟକ୍ତ ସୁନା ଖଣିରୁ ୭୮ ମୃତ ଓ ୧୬୦ ଜୀବିତ… Jan 15, 2025 ୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ Jan 15, 2025 କରୋନା ଯୋଗୁ ଗତ ୨୪ ଘଣ୍ଟାରେ ୩୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୮୦ ହଜାର ଟପିଛି ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୮୩ହଜାର ୯୯୦ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି । ଗୋଟିଏ ଦିନରେ ୧୦,୯୭୨ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଉଛି । ଦେଶରେ ଦୈନିକ ପଜିଟିଭିଟି ହାର ୨.୦୩% ରହିଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ୫ଲକ୍ଷ ୨୪ ହଜାର ୯୪୧ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏ ଦେଶରେ ମୋଟ୍ କରୋନାରୁ ସୁସ୍ଥ ହେଲେଣି ୪,୨୭,୩୬,୦୨୭ଜଣ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମଣ ଜରି ରହିଥିବାରୁ ଟିକାକରଣ ମଧ୍ୟ କରାଯାଉଛି । ଏଯାଏ ୧୯୬.୬୨ କୋଟି ଡୋଜ୍ ଟିକା ଦିଆସରିଲାଣି । Share FacebookTwitterWhatsApp
Comments are closed.