www.samajalive.in
Sunday, December 7, 2025
26.1 C
Bhubaneswar

ଦ୍ରୌପଦୀଙ୍କ ରାଜନୈତିକ କ୍ୟାରିୟର ଥିଲା ଏମିତି..

ଭୁବନେଶ୍ୱର: ଦ୍ରୌପଦୀ.. ନାଁ ଯେମିତି । ନିଜ ଜୀବନର ସଂଘର୍ଷ ବି ସେମିତି । ସେଦିନର ସେ ମହାଭାରତର ସେ ରାଜକନ୍ୟା ନୁହଁନ୍ତି । କି ତାଙ୍କ ପିତା ରାଜାବି ନଥିଲେ । ହେଲେ ଅଭାବୀରୁ ତିଆରି କରିଛନ୍ତି ନିଜର ପରିଚୟ । ରାଜ୍ୟ ନୁହେଁ ଏବେ ଦେଶ ଭାରର ମୁକଟ ପିନ୍ଧିବେ ଦ୍ରୌପଦୀ । ତେବେ ଆସନ୍ତୁ ଜାଣିବା ଦ୍ରୌପଦୀଙ୍କ କ୍ୟାରିୟର ବିଷୟରେ ।

ଦ୍ରୌପଦୀ ମୁର୍ମୁ ପ୍ରଥମେ ଶିକ୍ଷୟିତ୍ରୀ ଭାବେ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ । ପରେ ସେ ରାଜନୀତିକୁ ପ୍ରବେଶ କଲେ । ୧୯୯୭ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ବିଜେପି କାଉନସିଲର ଭାବେ ନିର୍ବାଚିତ ହୋଇ କାର୍ଯ୍ୟକଲେ । ପରେ ୨୦୦୦ ମସିହାରେ ରାଇରଙ୍ଗପୁରରୁ ବିଜେପି ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

- Advertisement -

ସେହିସମୟରେ ବିଜେଡି ବିଜେପି ମିଳିତ ସରକାର ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ପରିବହନ ଭାଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ତାଙ୍କୁ ମିଳିଥିଲା । ଏହା ପରେ ୨୦୧୫ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ଵ ତୁଲାଇଥିଲେ । ବର୍ତ୍ତମାନ ଏନଡିଏ ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଯାହାକି ପ୍ରଥମ ଆଦିବାସୀ ମହିଳା ଭାବେ ତାଙ୍କ ନାମ ଘୋଷଣା ହୋଇଛି ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories