କଂଗ୍ରେସ ପକ୍ଷରୁ ଡାକଘର ସମ୍ମୁଖରେ ବିକ୍ଷୋଭ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ଡାକଘର ସମ୍ମୁଖରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି। ବିଜେପି ସରକାରଙ୍କ ପ୍ରରୋଚନାରେ ପୁଲିସ ଯେଉଁ ପ୍ରକାରେ ଅନ୍ୟାୟ ପୂର୍ବକ କଂଗ୍ରେସ କାର୍ଯ୍ୟାଳୟରେ ପଶି ନେତୃତ୍ୱ ବୃନ୍ଦଙ୍କୁ ହିଂସାତ୍ମକ ଭାବେ ଆକ୍ରମଣ, ଏହା ନିନ୍ଦନୀୟ। ଅଖିଳ ଭାରତ କଂଗ୍ରେସ କମିଟିଙ୍କ ନିର୍ଦେଶକ୍ରମେ ଦୁଇଦିନ ଧରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବ୍ଲକ କଂଗ୍ରେସ ଦଳର ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟାଙ୍କ ନେତୃତ୍ୱରେ ଡାକଘରେ ବିକ୍ଷୋଭ ଓ ନାରାବାଜି ଦେଇଥିଲେ। ଏଥିରେ ସରପଞ୍ଚ ବାର୍ଲି ଗୌତମ, ମଣ୍ଡଳ ସଭାପତି ଚିନ୍ତାଲି ନାଗେଶ୍ୱର ରାଓ, ପ୍ରଶାନ୍ତ କୌଶଲ୍ୟା ନାଏବ ସରପଞ୍ଚ ଅରାଲୁ ହିକକା ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.