www.samajalive.in
Tuesday, December 9, 2025
23.1 C
Bhubaneswar

ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟଠାରେ ରାମନାଗୁଡା ଓ ପଦ୍ମପୁର ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ଆରୋଗ୍ୟ କେନ୍ଦ୍ର ପରିଚାଳକ ଶେଖର ମହାରଣା ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଯୋଗ ଦିବସ ପାଳନ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା ସମ୍ପର୍କରେ ସୂଚନା ସହ ମାନବ ଶରୀରରେ ଯୋଗ କରିବା ଦ୍ବାରା ଶାରୀରିକ, ମାନସିକ ଓ ବୌଦ୍ଧିକ ପ୍ରଗତିର ମୂଳ ଉତ୍ସ ହୋଇଥିବାବେଳେ ଭାରତରେ ଆରମ୍ଭ ହୋଇଥିବା ୫ହଜାର ବର୍ଷ ପୂରଣା ଅଭ୍ୟାସ ଆଜି ପୂରା ବିଶ୍ବ ଅନୁପାଳନ କରୁଥିବା କହିଥିଲେ। ତେବେ ଯୋଗ କରିବା ଦ୍ବାରା ମାନବ ଶରୀରରେ ମନ ଓ ଆତ୍ମାକୁ ଶୁଦ୍ଧିକରଣର ଅନନ୍ୟ ମାର୍ଗ ହୋଇଥିବାବେଳେ ଏହା ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶାନ୍ତି, ଆତ୍ମବିଶ୍ବାସ ଓ ସାହସକୁ ପ୍ରୋତ୍ସାହିତ କରୁଥିବାବେଳେ ଶରୀର, ମନ ଓ ମସ୍ତିଷ୍କକୁ ସକରାତ୍ମକ ଦିଗରେ ନିୟନ୍ତ୍ରଣ କରୁଥିବା ଯୋଗ ଦିବସ ମୂଳଲକ୍ଷ୍ୟ। ତେବେ ଯୋଗ କରିବା ଦ୍ବାରା ଅସାଧ୍ୟ ରୋଗରେ ଉପକାରୀ ଯୋଗାସନ କରିବା ଦ୍ବାରା ମାନବ ଶରୀରରେ ଦିବ୍ୟରୂପାନ୍ତର ହେବା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଯାଇଥିଲା। ତେବେ ଯୋଗ ପ୍ରାଣାୟମକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଜୀବନ ରୂପାନ୍ତରିତ ହେବା ସହ ଶାରୀରିକ ଓ ମାନସିକ ରୋଗରେ ପୂର୍ଣ୍ଣ ଆରୋଗ୍ୟତା ମିଳିଥାଏ ବୋଲି ଯୋଗ ଦିବସରେ ସାମିଲ ହୋଇଥିବା ଅତିଥିମାନେ କହିଥିଲେ। ଏହାକୁ ଶେଖର ମହାରଣା ପରିଚାଳନା କରିଥିବାବେଳେ ରାକେଶ ବେହେରା ସହଯୋଗ କରିଥିଲେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories