www.samajalive.in
Sunday, December 7, 2025
18.1 C
Bhubaneswar

ଦରମା ବୃଦ୍ଧି ପରେ ବି ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ୪୦% କର୍ମଚାରୀ; ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟାକୁ ନେଇ କେତେବେଳେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଯୁବକ ଯୁବତୀ ତ କେତେବେଳେ ଏହି ସମସ୍ୟାକୁ ନେଇ ରାଜନୀତି ସରଗରମ ରହୁଛି । ହେଲେ ବର୍ତ୍ତମାନର ଏକ ରିପୋର୍ଟ ଅନୁଯାୟୀ ଯାହା ତଥ୍ୟ ଆସିଛି ତାହା ଆପଣଙ୍କୁ ଚକିତ କରିଦେବ । କାରଣ କର୍ମଚାରୀଙ୍କ ବେତନ ବୃଦ୍ଧି ପରେ ବି ୧୦୦% କର୍ମଚାରୀଙ୍କ ମଧ୍ୟରୁ ୪୦% କର୍ମଚାରୀ ଚାକିରି ଛାଡ଼ିକୁ ଚାହୁଁଛନ୍ତି ।

ଭାରତର ଆଇଟି କ୍ଷେତ୍ରରେ କାମ କରୁଥିବା ୨୭% କର୍ମଚାରୀ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଥିବା ବେଳେ ଉତ୍ପାଦନ କ୍ଷେତ୍ରରେ ୩୧% ଶ୍ରମିକ ନିଜର କାମ ଛାଡ଼ିବାକୁ ଚାହୁଁଛନ୍ତି । ଯଦି ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହା ଦେଖା ଦେଖାଯାଏ । ତେବେ ୧୦ଜଣ ପୁରୁଷଙ୍କ ମଧ୍ୟରେ ୬ଜଣ ପୁରୁଷ ଚାକିରି ଛାଡ଼ିକୁ ଇଚ୍ଛୁକ ଥିବା ଜଣାପଡ଼ିଛି ।

- Advertisement -

ଏପରି ଏକ ତଥ୍ୟ ମ୍ୟାନେଜମେଣ୍ଟ କନସଲଟାନ୍ସି ଫାର୍ମ ନମାନ ଏଚଆର ପ୍ରକାଶ କରିଛି  । ବିଭିନ୍ନ ଶିଳ୍ପର ୫ଶହରୁ ଅଧିକ ସଂଗଠନକୁ ଏକ ସର୍ଭେ କରାଯାଇଥିଲା । ଏବଂ ସର୍ଭେରେ ଶ୍ରମିକ ମାନେ କହିଁକି ଚାକିରି ଛାଡ଼ିକୁ ଚାହୁଁଛନ୍ତି ବୋଲି ଜାଣିବାକୁ ଚେଷ୍ଟା କରାଯାଇଥିଲା । ପରେ ପରେ ଦରମା ବୃଦ୍ଧି ବଡ଼ କରଣ ହୋଇଥିବା ଜଣାପଡ଼ିଥିବା ବେଳେ  ୧୫% କର୍ମଚାରୀ ରିପୋର୍ଟିଂ ମ୍ୟାନେଜର କାରଣରୁ ଚାକିରି ଛାଡ଼ିବାକୁ ଇଚ୍ଛୁକ ଥିବା କହିଥିଲେ । ଏଥି ସହିତ କର୍ମଚାରୀମାନେ କିଛି ଅନ୍ୟାନ୍ୟ କାରଣ ମଧ୍ୟ ଦର୍ଶଇଥିବା ଜଣାପଡ଼ିଥିଲା ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories