ଆଜି ଅନ୍ତର୍ଜାତୀୟ ଯୋଗ ଦିବସ; ବିଶ୍ୱ କରୁଛି ଯୋଗ
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ସାରା ବିଶ୍ୱ ଆଜି ଯୋଗ କରୁଛି । ବିଶ୍ବର ୧୭୦ରୁ ଅଧିକ ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏଥି ସହ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ୭୫ଟି ପ୍ରମୁଖ (ଆଇକନିକ) ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜନ କରାଯାଇଛି । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ରହିଛି ‘ମାନବିକତା ପାଇଁ ଯୋଗ’ । ସେପଟେ କର୍ଣ୍ଣାଟକର ମହୀଶୂରରେ ପାଳନ ହେଉଛି ଯୋଗଦିବସ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି । କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରି ଯୋଗ କରିଛନ୍ତି । ତାଙ୍କ ସହ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଏଥିଲେ ଯୋଗଦାନ କରିଛନ୍ତି ।
ଓଡ଼ିଶାରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବଡ଼ ଧରଣର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଯୋଗ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମିଲ ହେବା ସହ ଯୋଗ କରିଛନ୍ତି । ସେହିପରି ପୁରୀ ବ୍ଲୁଫ୍ଲାଗ୍ ବିଚ୍ ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ । ମୟୁରଭଞ୍ଜର ଖିଚିଂ ଠାରେ ମଧ୍ୟ ଯୋଗ ଦିବସ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଛନ୍ତି ।
Comments are closed.