ମଙ୍ଗଳବାର ରାଶିଫଳ (୨୧/୦୬/୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jun 21, 2022 Share ମେଷ : ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେବା ସହିତ ସିଦ୍ଧିପ୍ରାପ୍ତ ହେବେ। ପୁତ୍ରକୁ ଶୃଙ୍ଖଳିତ କରିବା ପାଇଁ ପ୍ରଚୁର ଧନ ବ୍ୟୟ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବୃଷ : ଏକାଗ୍ରତାର ଚେଷ୍ଟା ଫଳପ୍ରଦ ହେବ। ସାମାନ୍ୟ ପରିଶ୍ରମରେ ବ୍ୟବସାୟ ଲାଭପ୍ରଦ ହେବ। ସୁଗୁଣ ସମ୍ପନ୍ନ ହେବେ। ନୀତିନିଷ୍ଠ ଓ ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଚତୁର ଓ ଧନଯୁକ୍ତ ହେବେ। ମିଥୁନ : କର୍ମଚଞ୍ଚଳ ରହିବେ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ସତ୍ ଉପାୟରେ ଧନ ଅର୍ଜନ କରିବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସନ୍ମାର୍ଗୀ ହେବେ। କର୍କଟ : ସେବା ପୂଜାରେ ବିଲୀନ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ରୋଗାସକ୍ତ ହୋଇପାରନ୍ତି। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ନିତ୍ୟାନନ୍ଦ ଭୋଗ କରିବେ। ଗୁଣଜ୍ଞ ଓ ବହୁବିଦ୍ୟା ପାରଙ୍ଗମ ହେବେ। ସିଂହ : ବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ଶ୍ରେଷ୍ଠ ମାନ୍ୟତା ମିଳିବ। ବହୁ ଧନସମ୍ପଦଯୁକ୍ତ ହେବେ। କଥାକାର ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ସରକାରୀ ଧନରେ ଧନଶାଳୀ ହେବେ। କନ୍ୟା : ବୁଦ୍ଧିମାନ୍ ହେବେ। ପରୋପକାରୀ ହେବେ। ଧନ ପ୍ରାପ୍ତି ସହ ଯାନବାହନ ସୁଖ ମିଳିବ। ପୁତ୍ର ସୁଖରେ ସୁଖୀ ହେବେ। ପତ୍ନୀ, ପୁତ୍ର ସମେତ ନିଜେ ସୁଖ ଭୋଗ କରିବେ। ଋଣ ଭାର ଲାଘବ ହେବ। Related Posts କଟଣୀ ଛଟଣୀକୁ ବିରୋଧ କଲେ ବିଧାୟକ,… Jan 15, 2025 ପରିତ୍ୟକ୍ତ ସୁନା ଖଣିରୁ ୭୮ ମୃତ ଓ ୧୬୦ ଜୀବିତ… Jan 15, 2025 ତୁଳା : ବହୁ ଧନ ସହିତ ପୁତ୍ର ଲାଭର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟା ରତ୍ନ ଆଣିପାରନ୍ତି। ନିରୋଗ ଶରୀରଯୁକ୍ତ ଓ ସୁଖୀ ହେବେ। ଧର୍ମାସକ୍ତ ହେବେ। ମତିମାନ୍ ହୋଇପାରନ୍ତି। ପୁତ୍ର, ମିତ୍ର ସହ ସୁଖଭୋଗୀ ହେବେ। ବିଛା : ସୁଗୁଣ ସମ୍ପନ୍ନ ହେବେ। ମିଥ୍ୟାବାଦୀଙ୍କଠାରୁ ଦୂରେଇ ରହିବେ। ଶତ୍ରୁବଂଶୀୟ କନ୍ୟାର ପାଣିଗ୍ରହଣ କରିପାରନ୍ତି। ସୁବର୍ଣ୍ଣ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ବିନାଶକାରୀ ହେବା ଆଶା କରାଯାଏ। ଧନୁ : ଶତ୍ରୁ ବିଜୟୀ ହେବେ। ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି। ଶ୍ରେଷ୍ଠାସନ ଲାଭ କରିପାରନ୍ତି। ଯାନବାହନଯୁକ୍ତ ହେବେ। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ଓ ବହୁ ପୋଷକ ହେବେ। ମକର : କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଢେର ଉନ୍ନତି ଆଶା କରାଯାଏ। ବହୁ ମିତ୍ର; ବହୁ ଧନ ଭୋଗୀ ହୋଇପାରନ୍ତି। ସଂଗ୍ରାମୀ ଜୀବନ ବିତାଇ ପାରନ୍ତି। କୁମ୍ଭ : ସର୍ବଦା ପାପପରାଙ୍ମୁଖ ହେବେ। ପ୍ରତ୍ୟେ କାର୍ଯ୍ୟ ପାଇଁ ଚେଷ୍ଟା ନୂତନ ଶୈଳୀର ହେବ। ଶାସ୍ତ୍ର ପ୍ରତି ବିଶେଷ ଅନୁରକ୍ତି ରହିବ। ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହୀ ହୋଇପାରନ୍ତି। ରାଜତୁଲ୍ୟ ହେବେ। ମୀନ : ସାହସୀ ଓ କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ମହତ ହେବ। Share FacebookTwitterWhatsApp
Comments are closed.