ରାଜନଗର ୫-ଟି ବିଦ୍ୟାଳୟରେ ପଶିଲା ପାଣି, ସମସ୍ୟା ନସୁଧୁରିଲେ ମାଛ ଛାଡ଼ିବୁ କହିଲେ ଛାତ୍ରଛାତ୍ରୀ
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ରୁପାନ୍ତରିତ କରାଯାଇଥିବା ବେଳେ ଏହି ବିଦ୍ୟାଳୟରେ ମାତ୍ର ଘଣ୍ଟାକର ବର୍ଷାରେ ଶ୍ରେଣୀ ଗୃହରେ ପାଣି ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ରାତିରେ ବର୍ଷା ହେବା ଫଳରେ ଏହି ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ପ୍ରବଳ ବର୍ଷା ପାଣି ପଶି ଯାଇଥିଲା । ଜଳ ନିଷ୍କାସନ ର ସୁବିଧା ନଥିବାରୁ ଏଠାରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସିବା ପରେ ବିଦ୍ୟାଳୟର ଏପରି ଅବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବାଧ୍ୟହୋଇ ଶିକ୍ଷକ ମାନେ ଶ୍ରେଣୀ ଗୃହରୁ ଟେବୁଲ୍ ଚେୟାର ଛାତ୍ର ମାନଙ୍କ ଦ୍ଵାରା ବାହାରକୁ ଆଣିବା ସହ ବାଲଟି ତାଟିଆ ଧରି ଶ୍ରେଣୀ ଗୃହରୁ ପାଣି ବାହାର କରିଥିଲେ। ପାଠ ପଢ଼ିବାକୁ ଆସି ଛାତ୍ର ମାନେ ଟେବୁଲ ଚେୟାର ବୋହୁଥିବାରୁ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ବର୍ଷା ଋତୁରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ବିଦ୍ୟାଳୟରେ ମାଛ ଛାଡିବୁ ବୋଲି କଟାକ୍ଷ କରିଛନ୍ତି । କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାରୁ ଅଭିଭାବକ ମାନେ ଦାବି କରିଛନ୍ତି ।
Comments are closed.