କୁକୁରର ଓଜନ ୩୨୦ କିଲୋ – ଠାବ ହେଲା ଏହି ସ୍ୱତନ୍ତ୍ର ପ୍ରଜାତିର ବିୟର ଡଗ୍ର ଜୀବାଶ୍ମ
ପ୍ୟାରିସ୍ – ବିଶ୍ୱ ବୈଚିତ୍ରମୟ । ଯେତେ ଜାଣିବା ପାଇଁ ଚେଷ୍ଟା କଲେ ବି ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଏଠାରେ ଦେଖିବା ପାଇଁ ଏବଂ ଜାଣିବା ପାଇଁ ମିଳେ । ଏହି ବିଶ୍ୱରେ ଡାଇନସୋର୍ ପରି ବିଶାଳକାୟ ପ୍ରଜାତି ବାସ କରୁଥିଲେ । ମାମଥ ପରି ହାତୀ । ଯାହା ଧୀରେ ଧୀରେ ଏଠାରୁ ଲୋପ ପାଇଯାଇଛନ୍ତି । ଏପରି ଏକ ବିଶାଳକାୟ କୁକୁର ଥିଲେ ଯାହାର ଓଜନ ୩୨୦ କିଲୋ ଥିଲା ।
ଗବେଷକମାନଙ୍କ ଅନୁସାରେ ଏମାନଙ୍କୁ ଭାଲୁଆ କୁକୁର ବା ବିୟର ଡଗ୍ କୁହାଯାଉଛି । ଏପରି ବିୟର ଡଗ୍ଙ୍କ ପ୍ରଜାତି ୟୁରୋପର ଭୁଖଣ୍ଡରେ ବସବାସ କରୁଥିଲେ । ଏହି ଭାଲୁଆ କୁକୁରଙ୍କର ଅବଶେଷକୁ ଆବିଷ୍କାର କରାଯିବା ପରେ ଏହାର କାର୍ବନ ଡେଟିଂ କରାଯାଇଥିଲା । ଏହି କୁକୁର ଗୁଡିକ ପ୍ରାୟ ୩୬ ମିଲିୟନ ବର୍ଷ ତଳେ ୟୁରୋପରେ ବସବାସ କରୁଥିଲେ । ୭.୫ ମିଲିୟ ବର୍ଷ ତଳେ ଏମାନଙ୍କର ପ୍ରଜାତି ଲୋପ ପାଇଯାଇଥିଲା ।
ବାସେଲ୍ରେ ଥିବା ନ୍ୟାସନାଲ୍ ହିଷ୍ଟ୍ରୀ ମ୍ୟୁଜିୟମ୍ ପକ୍ଷରୁ ଏହି ଅନୁସନ୍ଧାନ କରାଯାଇଥିଲା। ଏହାର ଗବେଷକମାନେ କିଛି ଜୀବାଶ୍ମ ପାଇଥିଲେ । ଏହା ଉପରେ ସେମାନେ ଗବେଷଣା କରିଥିଲେ। ଏହା ଏକ ନୂତନ ପ୍ରଜାତିର ଭାଲୁଆ କୁକୁରର ପ୍ରଜାତି ହୋଇଥିବା ଜଣା ପଡିଥିଲ।
ଏହି କୁକୁର ମାଂସାଶୀ ଥିଲେ। ଦଳଗତ ଭାବେ ଆକ୍ରମଣ କରୁଥିଲେ । ଏମାନଙ୍କ ଦାନ୍ତ ଶକ୍ତ ତଥା ମୁନିଆଁ ଥିଲା । ଯାହା ଆକ୍ରମଣ କରିବା ସମୟରେ ବେଶ୍ ସାହାଯ୍ୟ କରୁଥିଲା ।
Comments are closed.