ବିପର୍ୟୟ ମୁକାବଲା ପାଇଁ ବ୍ଲକ ସ୍ତରୀୟ ମକଡ୍ରିଲ

ବେଗୁନିଆ: ଓସଡମା ତରଫରୁ ପ୍ରତିବର୍ଷ ଜୁନ ମାସ୧୯ ତାରିଖରେ ସମସ୍ତ ଜିଲ୍ଲା ,ବ୍ଲକ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମକଡ୍ରିଲ ଆୟୋଜନ କରିଥାଏ। ଏହାର ମୁଖ୍ୟ ଉଦେଶ୍ୟ ବନ୍ୟା ଏବଂ ବାତ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ସମସ୍ତ ବିଭାଗୀୟ ଅଧିକାରୀ ,ଲୋକ ପ୍ରତିନିଧି ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ(ଏନଜିଓ)ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ରକ୍ଷା ସହ ସମ୍ଭାବ୍ୟ ବିପର୍ଯ୍ୟୟ କୁ ମୁକାବଲା କରିବା ।ବିପର୍ୟ୍ୟୟ ଦ୍ୱାରା ହେବାକୁ ଥିବା କ୍ଷୟ କ୍ଷତିରୁ କିପରି ରକ୍ଷା କରାଯାଇପାରିବ। ଆଜି ଏହି ଉପଲକ୍ଷେ ବେଗୁନିଆ ବ୍ଲକର ପୋଡାଡିହ ଏବଂ ସାରୁଅରେ ଅବସ୍ଥିତ ଦୁଇଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ସାମୁଦ୍ରିକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ଗ୍ରାମର ଜନସାଧାରଣଙ୍କ ଉପସ୍ଥିତିରେ ବେଗୁନିଆ ଅଗ୍ନିଶମବାହିନୀ ଏବଂ ନୋଡାଲ ଏନ ଜି ଓସ୍ବ(ଡବ୍ଲ୍ୟୁ ଓ ଏସଡବ୍ଲ୍ୟୁ)ର ମିଳିତ ସଂଯୋଜନାରେ ବିଭିନ୍ନ ପ୍ରକାର ଜୀବନ ରକ୍ଷାକାରୀ କୌଶଳ ପ୍ରଦର୍ଶନ କରାଯାଇଥିଲା। ଓସ୍ବର ସମ୍ପାଦିକା ଜ୍ୟୋତ୍ସ୍ନା ଦାସ ଓ ଅଗ୍ନିଶମ ବିଭାଗର ସେକ୍ସନ ଅଫିସର ମନୋରଞ୍ଜନ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପୋଡାଡିହରେ ସରପଞ୍ଚ ଶ୍ରୀମତୀ ଲତା ସେଠୀଙ୍କ ସଭାପତିତ୍ୱରେ ସଭା ପରିଚାଳନା ହୋଇଥିବାବେଳେ ସାରୁଅରେ ବ୍ଲକ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି, ବିଡ଼ିଓ ଲଷ୍ମୀଧର ସାହୁ ଓ ସରପଞ୍ଚ ରଞ୍ଜିତା ମହାଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଉଭୟ କେନ୍ଦ୍ରରେ ଏହି ମକଡ୍ରିଲ କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସାହୁ ପରିଚାଳନା କରିଥିଲେ।

Comments are closed.