www.samajalive.in
Tuesday, December 9, 2025
17.1 C
Bhubaneswar

ଅଗ୍ନିପଥ ବିବାଦ ଭିତରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ମୋଦୀ – କହିଲେ ପ୍ରତିରକ୍ଷା କ୍ଷେତ୍ର ସବୁ ଯୁବାବର୍ଗଙ୍କ ପାଇଁ ଉନ୍ମୁକ୍ତ ହେଲା

ଆଦିଲ୍ଲୀ – ସେନାରେ ଯୋଗଦେବା ପାଇଁ ଅଗ୍ନିପଥ ଯୋଜନାକୁ ଦେଶର ଅନେକ ଅଂଶରେ ବିରୋଧ କରାଯିବା ସହ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା । ଏହା ଭିତରେ ଏ ବିଷୟରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମୁହଁ ଖୋଲିଛନ୍ତି । ଏବେ ଦେଶର ପ୍ରତିରକ୍ଷା ବିଭାଗ ସମସ୍ତ ବର୍ଗର ଯୁବକଙ୍କ ପାଇଁ ଉନ୍ମୁକ୍ତ ହେଲା ବୋଲି ସେ ପ୍ରକାଶ କରିଛନ୍ତି । ବେଙ୍ଗାଲୁରୁରେ ଉଦ୍‌ବୋଧନ ଦେବା ସମରେ ଯୋଜନାର ନାମ ନ ନେଇ ସେ ଦେଶରେ ଏବେ ଯୁବକମାନଙ୍କୁ ପ୍ରତିରକ୍ଷା ବିଭାଗରେ ଯୋଗଦେବା ପାଇଁ ବଡ ସୁଯୋଗ ମିଳିବ ବୋଲି କହିଛନ୍ତି । ସରକାର ଗତ ୮ ବର୍ଷ ମଧ୍ୟରେ ମହାକାଶ ଏବଂ ପ୍ରତିରକ୍ଷା ବିଭାଗ ଯୁବକମାନଙ୍କ ପାଇଁ ଉନ୍ମୁକ୍ତ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ଡ୍ରୋନଠାରୁ ନେଇ ଅନ୍ୟ ବୈଷୟିକ କାର୍ଯ୍ୟକ୍ରମରେ ଯୁବକମାନଙ୍କୁ କାମ କରିବା ପାଇଁ ସୁଯୋଗ ଦିଆଯାଉଛି । ଏବେ ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନକୌଶଳପାଇଁ ଯୁବକମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଗତ ୮ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ବିଲିୟନ ଡଲାର କମ୍ପାନୀ ପ୍ରସ୍ତୁତ ହୋଇଛନ୍ତି । ଏଥିରେ ପ୍ରତିମାସରେ ନୂଆ କମ୍ପାନୀ ଯୋଡି ହେଉଛନ୍ତି । ସାରା ଦୁନିଆଁରେ ଏବେ ଭାରତ ଦ୍ରୁତ ଗତିରେ ପ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

- Advertisement -

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ୨୭୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଆମ୍ବେଦକର ସ୍କୁଲ୍‌ ଅଫ୍‌ ଇକୋନମିକ୍ସ୍‌ର ଉଦ୍‌ଘାଟନ ସହ ବେଙ୍ଗାଲୁରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories