www.samajalive.in
Tuesday, December 9, 2025
15.1 C
Bhubaneswar

ହାତୀ ଆକ୍ରମଣରେ ୨ ମୃତ

ଦ୍ୱାରଶୁଣି: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ପୁଣି  ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ୨ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୫ ) ବୋଲି ଜଣାପଡ଼ିଛି । ବୁଧିଆ ଗାଁକୁ  ଫେରୁଥିବା ବେଳେ ହାତୀ ପଲ ଆଗରେ ପଡିଯାଇଥିଲେ । ଫଳରେ ହାତୀ ଆକ୍ରମଣର ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ୨ ଝିଅ ଓ ଗୋଟିଏପୁଅ ଥିବା ଜଣା ପଢିଛି । ସେହିପରି ଗତକାଲି ବିଳମ୍ବିତ ରାତିରେ ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଂଚାୟତର ଦିଗାରିସଳ ଗ୍ରାମରେ ହାତୀପଲ ପଶି ଘର ଭାଙ୍ଗି ଥିବାବେଳେ ଘରେ ଶୋଇଥିବା ବେଳ ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡାଙ୍କ ଉପରେ କାନ୍ଥ ପଡି ଯାଇଥିଲା ।

ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଦୁଇ ମୃତ ଦେହକୁ ଝାରପୋଖରିଆ ପୁଲିସ ଜବତ କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ତାହାସହ ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୁଲିସ ।  ୪ଦିନ ହେଲା ଏହି ଗ୍ରାମଗୁଡିକରେ ହାତୀ ଉପଦ୍ରବ ଲାଗି ରହିଥିବାବେଳେ, ବନ ବିଭାଗ ହାତୀପଲକୁ ଘଉଡାଇବାରେ ବିଫଳ ହୋଇଛି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ହାତୀଙ୍କ ସଂଖ୍ୟାକୁ ଦେଖି ସଫଳ ମୁକାବିଲା ନିମନ୍ତେ ବନ ବିଭାଗର କର୍ମଚାରୀଙ୍କ ସଂଖ୍ୟା ବ୍ୟାପକ ନଥିବାରୁ ସଫଳତା ମିଳି ପାରୁନାହିଁ । ୪ଦିନ ହେଲାଣି ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡି ହାତୀ ପଲ ପ୍ରବେଶ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories