ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

କଲମପୁର: ଆଗକୁ ଆସୁଛି ବର୍ଷା ଋତୁ । ବର୍ଷା ଯୋଗୁଁ ନଦୀ ଓ ନାଳ ସବୁରେ ବନ୍ୟା ସ୍ଥିତି ଦେଖା ଦେବାର ଆଶଙ୍କା ରହିଛି  । ଏହାର ମୁକାବିଲା ସହ ଲୋକଙ୍କ ଧନ ଜୀବନ କିଭଳି ବନ୍ୟା ଦାଉରୁ ରକ୍ଷା କରାଯାଇ ପାରିବ ସେନେଇ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖାଇଛି । ଜିଲ୍ଲା ପ୍ରଶାସନର  ନିର୍ଦ୍ଦେଶକ୍ରମେ କଲମପୁର ବି.ଡି.ଓ ପ୍ରସନ୍ନ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହ ଠାରେ ସମସ୍ତ ବିଭାଗର ଅଧିରକାରୀଙ୍କୁ ନେଇ ବନ୍ୟା ମୁକାବିଲା ସମ୍ବନ୍ଧରେ ଏକ ସମନ୍ୱୟ ବୈଠକ ଆୟୋଜିତ ହେଇଯାଇଛି ।

prayash

କଲମପୁର ଦେଇକଳାହାଣ୍ଡିର ପ୍ରମୁଖ ନଦୀ ହାତୀ ନଦୀ ପ୍ରବାହିତ ହେଉଛି । ଏହି ନଦୀରେ ପ୍ରତିବର୍ଷ ବନ୍ୟା ଆସିଥାଏ । ଯାହାରି ଫଳରେ ନଦୀକୂଳରେ ଥିବା ବାଲିଛଡା, କର୍ମେଲ, ଖଣ୍ଡିଡଙ୍ଗରୀଗୁଡା, ବଙ୍କପଲା, ବିରିପୁର, ମାଟିଖାଲ, ଜାମପଡା, ଖଙ୍ଗାରଗୁଡା, ପରୁଆଗୁଡା, ଟେମରା ଓ ଚୁରାଗାଁ ପ୍ରଭାବିତ ହେଇଥାଏ । ଅନେକ ଲୋକଙ୍କ ଘର ଦ୍ୱାର ସମେତ ଗଚ୍ଛିତ ଥିବା ଧାନ ଚାଉଳ ନଷ୍ଟ ହେଇଥାଏ । ପ୍ରଭାବିତ ହେଇଥାନ୍ତି ଗାଈ, ଗୋରୁ, ଛେଳି ମେଣ୍ଢା ଆଦି ଗୃହପାଳିତତ ଜୀବ ।  ଏହି ସମସ୍ତ ଗ୍ରାମର ଲୋକଙ୍କ ଧନ ଜୀବନ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ଏହି ବର୍ଷା ସମୟରେ ଜୁଲାଇ ୧ ତାରିଖ ଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ବ୍ଲକସ୍ତରରେ ଏକ କଂଟ୍ରୋଲରୁମର ବ୍ୟବସ୍ଥା ରହିଛି ।

ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଏହି ବୈଠକରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଜନମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ପ୍ରମୁଖ ଅଧିକାରୀ ଭାବେ ଯୋଗ ଦେଇଥିବା ବେଳେ ତହସିଲଦାର କରିଶ୍ମା ବେଶ୍ରା, ସାମାଜିକ ସୁରକ୍ଷା ଅଧିକାରୀ ଖିତିସୁତା ମେହେର, ଇନ୍ଦ୍ରାବତୀ ଜଳ ପ୍ରକଳ୍ପର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ୟାମ ସୁନ୍ଦର ମାରାଣ୍ଡି, ଇଂ ପ୍ରତାପ ଚନ୍ଦ୍ର ବେହେରା, ଇଂ. ବାପୁନୀ ବେହେରା, ଅଗ୍ନି ଶମ ବିଭାଗର ଶଙ୍କର ପ୍ରସାଦ ତ୍ରିପାଠୀ, ପଶୁ ସମ୍ପଦ ବିଭାଗରୁ ଡାକ୍ତର ପ୍ରତୀକ ଅଧିକାରୀ, ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳଗୋପାଳ ତେଣ୍ଡକାରୀ, ବିଭାଗୀୟ ଅଧିକାରୀ ଧବଳେଶ୍ୱର ବେହେରା, ମନରେଗାର ବେଳାଲସେନ ସେନାପତି, ସୁବ୍ରତ କୁମାର ପଣ୍ଡା ଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମ·ରୀ ମାନେ ଏହି ବୈଠକରେ ଯୋଗଦେଇ ବନ୍ୟା ଓ ବନ୍ୟାର ପରବର୍ତି ସମୟର ସମସ୍ୟା ଓ ତାର ସମାଧାନ କିଭଳି କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ । ଏହାସହ ଜନ ପ୍ରତିନିଧିଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବା ନେଇ ଆଲୋଚନା ହେଇଥିଲା ।

kalyan agarbati

Comments are closed.