ଦ୍ରୁତ ଗତିରେ ବେଳାଭୂମି ଅବକ୍ଷୟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ ଗତିରେ ଅବକ୍ଷୟ ହେଉଛି। ଏପରିକି ଗତ ଦୁଇ ତିନି ଦିନ ହେଲା ଉଚ୍ଚ ଲହଡି ଯୋଗୁଁ ଜଙ୍ଗଲ ବିଭାଗ ପକ୍ଷରୁ ଗଣ ଅଣ୍ଡା ଦାନ ବେଳେ ସେମାନଙ୍କ ସୁରକ୍ଷା ପାଇଁ ହେଇଥିବା ତାର ବାଡ ମଧ୍ୟ୍ୟ ଭାଙ୍ଗି ପଡିଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବତାବରଣ ମଧ୍ୟ୍ୟ ସୃଷ୍ଟି ହୋଇଛି। ସମୁଦ୍ର କୂଳ ଲଙ୍ଘିବା ସହ ବେଳାଭୂମି ସମ୍ପୂର୍ଣ ନଷ୍ଟ ହେଲାଣି ଯାହାକୁ ନେଇ  ପରିବେଶବୀତ ମାନେ ଚିନ୍ତା ପ୍ରକଟ କଲେଣି। ମୂଖ୍ୟତଃ ଗୋଖରକୁଦା ଠାରୁ ବଟେଶ୍ୱର ପୀଠ ପର୍ଯ୍ୟନ୍ତ ବେଳାଭୂମି ଅଧିକ ମାତ୍ରାରେ ଅବକ୍ଷୟ ହେଉଛି। ଫଳରେ ସେହି ପୀଠକୁ ଯାଉଥିବା ପର୍ଯ୍ୟଟକ ମାନେ ସମୁଦ୍ର କୂଳକୁ ଗଲେ ସେଠି ବର୍ତ୍ତମାନ ଯେଉଁ ଭଳି ଭାବେ ବେଳାଭୂମି ନଷ୍ଟ ହେଉଛି ତାହା ପାଇଁ ଯଦି ସରକାରଙ୍କ ପକ୍ଷରୁ କିଛି ସ୍ଥାୟୀ ପ୍ରତିକାର  ନହୁଏ ତାହେଲେ ସ୍ଥାନୀୟ ଅଞ୍ଚଳ ପ୍ରତି ଆସୁଥିବା ବିପଦକୁ ଏଡାଇ ଦେଇ ହେବନାହିଁ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହେଉଛି।

prayash

ସୂଚନା ଯୋଗ୍ୟ  ଗତ ୨୦୦୬-୦୭ମସିହାରେ ଏହି ଭଳି ଉଚ୍ଚ ଲହଡି ଏବଂ ସମୁଦ୍ର କୂଳ ଲଙ୍ଘିବା ଫଳରେ ପୁରୁଣା ପୋଡମପେଟା ଗ୍ରାମର ଅନେକ ଘର ଭାଙ୍ଗିଲା ଏବଂ ଜାଲ, ଡ଼ଙ୍ଗା ମଧ୍ୟ୍ୟ ଭାସିଗଲା। ଏହି ଭଳି ବାରମ୍ବାର ହେବା ଯୋଗୁଁ ୨୦୧୨ ମସିହାରେ ସେଠାରୁ ପ୍ରାୟ ୧୪୨ ପରିବାରକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଥିଲା।  ସେହିପରି ପରବର୍ତ୍ତୀ ସମୟରେ ବଳକା ପରିବାରଙ୍କୁ ଫାଇଲିନ ପରେ ଓଡ଼ିଆରପି ଯୋଜନାରେ ମୟୁରପଦା ନିକଟରେ ଥିବା କାଜୁ ଜଙ୍ଗଲରେ ଥାଇଥାନ କରାଗଲା। ସେମାନେ ଏହି ସମସ୍ୟା ରୁ ବଂଚିଗଲେ।  ବେଳାଭୂମି ନଷ୍ଟ ହେବାଯୋଗୁଁ ଗତ ୨୦୨୧ମସିହାରେ ଋଷିକୁଲ୍ୟା ମୁହାଣ ଅଞ୍ଚଳ ବେଳାଭୂମିରେ ବିରଳ ଅଲିଭ ରିଡେଲ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇପାରିନଥିଲା। ଚଳିତ ବର୍ଷ ଏହି ଗଣ ଅଣ୍ଡା ଦାନ ପ୍ରକ୍ରିୟା ଠିକ ହେବା ସହ ପ୍ରାୟ ୫ଲକ୍ଷ ୫୦ହଜାର କଇଁଛ ଅଣ୍ଡା ଦେଇଥିଲେ। ବର୍ତମାନ ଗତ କିଛି ଦିନ ହେଲା ଉଚ୍ଚ ଲହଡି ଯୋଗୁଁ କୂଳ ଖାଉଛି ସମୁଦ୍ର। ବିଶେଷ କରି ବେଳାଭୂମି ପୂର୍ବରୁ ଦୁଇ ଥାକିଆ ହୋଇ ଥିବା ଦେଖିବାକୁ ମିଳୁଥିବା ବେଳେ ତାହା ଏବେ ସମ୍ପୂର୍ଣ ଅବକ୍ଷୟ ହେଇଛି। ଫଳରେ ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାରର ଆବଶ୍ୟକ।

kalyan agarbati

Comments are closed.