ଏମସ୍ର ଡାକ୍ତର ଦେଲେ ଚେତାବନୀ – ସାବଧାନ୍ ହୋଇ ଖାଆନ୍ତୁ ଏହି ଜିନିଷ
ନୂଆଦିଲ୍ଲୀ – ଏମସ୍ର ଡାକ୍ତରମାନେ ଖାଦ୍ୟ ଖାଇବା ବେଳେ ସାବଧାନ୍ ହେବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ ଏହି ଖାଦ୍ୟକୁ ଖାଇବା ବେଳେ ବା ଗିଳିବା ସମୟରେ ତଣ୍ଟିରେ ଲାଗିଥିବାରୁ ଜଣଙ୍କର ମୃତ୍ୟୁ ହୋଇଛି ।
ଦିଲ୍ଲୀ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମସ୍ ପକ୍ଷରୁ ମୋମ ଖାଇବା ବେଳ ସାବଧାନ ହୋଇ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଜଣେ ୫୦ ବର୍ଷିୟ ବ୍ୟକ୍ତି ମୋମ ଖାଉଥିଲେ । ତରବର ହୋଇ ଖାଇ ଏହକୁ ଗିଳିବା ବେଳେ ତାଙ୍କ ତଣ୍ଟିରେ ମୋମ ଲାଗିଯାଇଥିଲା । ଏହା ପରେ ସେ ଶ୍ୱାସ ଗ୍ରହଣରେ ସମସ୍ୟା ହୋଇଥିଲା। ସେ ଠିକ୍ ଭାବେ ମୋମକୁ ଚୋବାଇ ନଥିବାରୁ ଏହି ଅସୁବିଧା ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଶବ ବ୍ୟବଚ୍ଛେଦ ବେଳେ ଭର୍ଚୁଆଲ୍ ଅଟୋପସି କରାଯାଇଥିଲା । ଏଥିରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ସାଧାରଣ ନିଜ ଦକ୍ଷତାରୁ ଅଧିକ ବା ବଡ ଆକାରର କିଛି ଗିଳିଲେ ଏହା ତଣ୍ଟିରେ ଲାଗିଥାଏ । ଫଳରେ ଶ୍ୱାସ କ୍ରିୟାରେ ଅସୁବିଧା ହୋଇପାରେ । ଏଥିପାଇଁ ମୋମ ବା ସେହିପରି କିଛି ବଡ ଜିନିଷ ଖାଉଥିବା ବେଳେ ଭଲକରି ଚୋବାଇ ଖାଆନ୍ତୁ ବୋଲି ଏମସ୍ ପକ୍ଷରୁ ଚେତାବନୀ ଜାରି କରାଯାଇଛି ।
Comments are closed.