ଭିଡିଓ: ୨ ବର୍ଷର ଶିଶୁକୁ ନିସ୍ତୁକ ପିଟୁଛି ଘରୋଇ ସହାୟକା ଭିଡିଓ ଭାଇରାଲ୍‌ – ଡାକ୍ତର କହିଲେ ପିଲାର ପେଟ ଭିତରେ ଲାଗିଛି ଆଘାତ

ଜବଲପୁର – ବାପା ମାଆ ଚାକିରିଆ । ଚାକିରି ପାଇଁ ବାହାରକୁ ଯାଉଥିବାରୁ ୨ ବର୍ଷର ଶିଶୁର ଯତ୍ନ ନେବାରେ ଅସୁବିଧା ହେଉଥିଲା । ଏଥିପାଇଁ ମାସକୁ ୫ ହଜାର ଟଙ୍କା ଦେଇ ଏକ ଘରୋଇ ସହାୟିକା ନିଯୁକ୍ତି ଦେଇଥିଲେ। ମାତ୍ର ଏହା ଭିତରେ ପିଲାର ପେଟ ଓ ଶରୀର ଅନ୍ୟ ଅଭ୍ୟନ୍ତର ଅଙ୍ଗରେ ଯନ୍ତ୍ରଣା ହୋଇଥିଲା ।

prayash

 

ଡାକ୍ତର କହିଥିଲେ ପିଲାଙ୍କୁ ମାଡ ମରା ଯାଉଛି । ମାତ୍ର ଘରୋଇ ସହାୟିକା ଏହାକୁ ଅସ୍ୱୀକାର କରିଥିଲା । ପରେ ବାପା ମାଆ ଘରୋଇ ସହାୟିକାଙ୍କ ଅଜାଣତରେ ଘରେ ଏକ ସିସିଟିଭି ଲଗାଇଥିଲେ । ଏହାପରେ ସିସି ଟିଭିରେ ଘରୋଇ ସହାୟିକାଙ୍କ କଳା କାରନାମା କଏଦ ହୋଇଥିଲା । ପିଲାର ପେଟକୁ ଘୁଷା ପରେ ଘୁଷା ମାରି ଚାଲିଥିଲା ଏହି ସହାୟିକା । ପିଲାର ଯନ୍ତ୍ର ବଦଳରେ ଦେଉଥିଲା ନିର୍ଯ୍ୟାତନା ।

ଶିଶୁର ତଣ୍ଟିକୁ ଧରି ଛେଚି ଦେବା ସହ ଚୁଟି ଘୋଷାଡି ମାରୁଥିଲା । ଏହା ସହ ଗାଲକୁ ଥାପଡ ମାରୁଥିଲା । ଏହାର ଭିଜୁଆଲ୍ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଶିଶୁକୁ ନିସ୍ତୁକ ମାଡ ମାରୁଥିବା ଏହି ମହିଳାଙ୍କ ନାମ ରଜନୀ ଚୌଧୁରୀ । ପିଲାର ବାପା ମାଆଙ୍କ ଅଭିଯୋଗ ପରେ ପୁଲିସ ରଜନୀ ଚୌଧୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କ ଏହି କାମକୁ ସାମାଜିକ ଗଣମାଧ୍ୟମରେ ନିନ୍ଦା କରାଯାଉଛି ।

Comments are closed.