ପାକିସ୍ତାନରେ ଲୋକଙ୍କୁ ଚା’ ପିଇବା ପାଇଁ ମନା କଲେ ମନ୍ତ୍ରୀ – ଏପରି କହିଲେ ଦୁଃଖ କଥା

ଇସଲାମାବାଦ- ଅନ୍ଧାରରେ ପାକିସ୍ତାନ ବୋଲି ଆପଣ ଖବର ପାଇଥିଲେ । ଋଣ ଭାର ଯୋଗୁଁ ପାକିସ୍ତାନର ଅର୍ଥନୀତି ଭୁଶୁଡି ଯାଇଛି । କୋଇଲା ଆମଦାନୀ ହୋଇ ପାରୁ ନଥିବାରୁ ବିଜୁଳି ଉତ୍ପାଦନ ହୋଇପାରୁନି । ପାକିସ୍ତାନର ଅଧିକାଂଶ ସହର ଏବେ ରାତିରେ ଅନ୍ଧାରରେ ବୁଡି ରହୁଛି । ଏହା ସହ ପାକିସ୍ତାନରେ ପେଟ୍ରୋଲ ଦର ୧୫୦ ଟଙ୍କା ପାର କରିଛି ।

prayash

ରାତିରେ କମ୍‌ ବିଦ୍ୟୁତ୍‌ ବ୍ୟବହାର କରିବା ପାଇଁ ପାକିସ୍ତାନର ଶକ୍ତି ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏବେ ଚା’ ପିଇବା ପାଇଁ ମନା କଲେଣି । ପାକିସ୍ତାନର ଲୋକମାନଙ୍କୁ କମ୍‌ ଚା’ ପିଇବା ପାଇଁ ପରାମର୍ଶ ଦେଇଛନ୍ତି ଏହାର ମନ୍ତ୍ରୀ ଅହସାନ୍‌ ଇକବାଲ୍‌ । ସାରା ଦେଶରେ ଲୋକମାନେ ଚା’ ପିଇବା କମ୍ କରି ଦିଅନ୍ତୁ ବୋଲି ସେ କହିଛନ୍ତି । ପାକିସ୍ତାନ ଋଣ କରି ଚା’ ଆମଦାନୀ କରୁଥିବା କଥା କହିଛନ୍ତି ।

ଏବେ ପାକିସ୍ତାନରେ ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି । ଲୋକମାନଙ୍କର ଖାଇବା ସହ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ବହୁ ଟଙ୍କା ଦେବା ପାଇଁ ପଡୁଛି । ଏହା ସହ ସେଠାରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି ।

Comments are closed.