www.samajalive.in
Sunday, December 7, 2025
14.1 C
Bhubaneswar

ଦେଶରେ ୫୦ ହଜାର ଟପିଲା କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଆଜି କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଲଗାତର ୨ଦିନ ହେଲା ଦେଶରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ୮ ହଜାର ପାର୍‌ ହେଉଥିବା ବେଳେ ଆଜି ସଂକ୍ରମଣ ଗ୍ରାଫ୍‌ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬ହଜାର ୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିର କରୋନା ସଂକ୍ରମଣ ତୁଳନାରେ ଆଜି ୧୪ଶହ ୯୦ ଆକ୍ରାନ୍ତ କମ୍‌ ଚିହ୍ନଟ ହୋଇଛନ୍ତି ।

ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୫୦ହଜାର ୫୪ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।

ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର  ମଧ୍ୟ ବୃଦ୍ଧି ପାଉଛି । ହେଲେ ଆଜିର ସଂକ୍ରମତିଙ୍କ ସଂଖ୍ୟା କମ୍‌ ରହିଥିବାରୁ ଦେଶରେ ପଜିଟିଭିଟି ହାର ୨.୦୫%କୁ ଖସିଛି । କରୋନାକୁ ମାତ୍‌ ଦେବକୁ ଏବେ ବି ଟିକାକରଣ ଜାରି ରହିଛି ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories