www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟପାଳଙ୍କ ସ୍ଥାନ ନେବେ ମମତା! ପାରିତ ହେଲା ବିଧେୟକ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ରାଜ୍ୟପାଳ ଧନଖଡ଼ଙ୍କୁ ହଟାଇ ଖୁବଶୀଘ୍ର ତାଙ୍କ ସ୍ଥାନ ନେଇପାରନ୍ତି ମମତା। ରାଜ୍ୟ ସହାୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଯୁକ୍ତ କରିବା ନେଇ ଆଗତ ବିଧେୟକ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି।

ପଶ୍ଚିମବଙ୍ଗ ବିଧାନସଭାର ଏହି ପଦକ୍ଷେପ ପରେ ବର୍ତ୍ତମାନ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗଭୀର ହୋଇଛି। ଏବେ ରାଜ୍ୟପାଳ ଜଗଦୀପ ଧନଖଡ଼ ଏହି ବିଧେୟକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

- Advertisement -

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ। ଅନେକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଛି। ମମତା ରାଜ୍ୟପାଳ ବିରୋଧରେ ସିଧାସଳଖ କେନ୍ଦ୍ରର ଆଦେଶ ଲଦୁଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷେ ରାଜ୍ୟପାଳ କହିଛନ୍ତି ଯେ, ସେ ସମସ୍ତ କାର୍ଯ୍ୟ ସମ୍ବିଧାନ ଅନୁଯାୟୀ କରିଥାଆନ୍ତି। ବିଧାନସଭା ଅଧିବେଶନ ଡକାଇବା ହେଉ କିମ୍ବା ନୂତନ ବିଧାୟକଙ୍କ ଶପଥ ଗ୍ରହଣ କରାଇବା ହେଉ, ପଶ୍ଚିମବଙ୍ଗରେ ପ୍ରାୟ ସବୁ ପ୍ରସଙ୍ଗରେ ରାଜନୈତିକ ବିବାଦ ଉପୁଜିଛି। ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଥିଲା।

 

 

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories