www.samajalive.in
Tuesday, December 9, 2025
16.1 C
Bhubaneswar

ତିଆରି ହୋଇଥିଲା ବ୍ୟୟବହୁଳ ପଞ୍ଚାୟତ ଶିଶୁ ଉଦ୍ୟାନ ହେଲେ ଶିଶୁଙ୍କ ମନୋରଞ୍ଜନ କାମରେ ଲାଗୁନି

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମାଞ୍ଚଳର ଶିଶୁ,କିଶୋର ଓ ବରିଷ୍ଠଙ୍କୁ ମନୋରଂଜନର ସୁବିଧା ଦେବା ପାଇଁ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ବ୍ଲକ ପ୍ରଶାସନ ସହାୟତାରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନ ଏବେ ଶିଶୁ ମନୋରଂଜନ ପ୍ରଦାନ କରିବାରେ ଅକ୍ଷମ । ଅଭିଯୋଗ ଅନୁଯାୟୀ ସ୍ଥାନୀୟ ପାଥପୁର ପଞ୍ଚାୟତର ଡାକବଙ୍ଗଳା ନିକଟରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା । ଏହାକୁ ୨୦୨୧ ମସିହା ଏପ୍ରିଲ ୧୮ ତାରିଖରେ ଲୋକାର୍ପିତ କରାଯାଇଥିଲା ।

ବିଡମ୍ବନାର ବିଷୟ ବର୍ଷକ ମଧ୍ୟରେ ଶିଶୁ ଉଦ୍ୟାନ ସୈାନ୍ଦର୍ଯ୍ୟରେ ଭରପୁର ହେବା ପରିବର୍ତ୍ତେ ଲଟାଝଟା,ଗୁଗୁଚି ଆଦି ଲଟାଝଟା ବଣରେ ପରିପୂର୍ଣ୍ଣ ହୋଇଛି । ଶିଶୁ ଉଦ୍ୟାନକୁ ଅଧିକ ଆକର୍ଷଣ କରିବା ପାଇଁ ହରିଣ,ବାଘ ,ମୃଗ,ରଙ୍ଗିନ ଟାଇଲ୍‌ ବିଛାଯାଇ ଚାଲିବା ରାସ୍ତା, ପିଲାଙ୍କ ପାଇଁ ଖେଳିବା ନିମନ୍ତେ ବିଭିନ୍ନ ପ୍ରକାର ଦୋଳି,ବସିବା ପାଇଁ ସିମେଣ୍ଟ ନିର୍ମିତ କଂକ୍ରିଟ ଚୈାକି ଆଦି ତିଆରି କରାଯାଇଥିଲା। ମାତ୍ର ପଞ୍ଚାୟତ ପକ୍ଷରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ନିଆଯାଇ ନଥିବାରୁ ଶିଶୁ ଉଦ୍ୟାନ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଘାସ, ଲଟାଝଟା ବଣ ଥିବା ହେତୁ ବିଷଧର ସରୀସୃପ ଆଦି ରହିଥିବା ଆଶଙ୍କା କରାଯାଇଛି ।

- Advertisement -

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ଏହି ଶିଶୁ ଉଦ୍ୟାନର ରକ୍ଷଣ ବେକ୍ଷଣ ପାଇଁ ଦାବି ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories