www.samajalive.in
Saturday, December 6, 2025
26.1 C
Bhubaneswar

ତିଆରି ହୋଇଥିଲା ବ୍ୟୟବହୁଳ ପଞ୍ଚାୟତ ଶିଶୁ ଉଦ୍ୟାନ ହେଲେ ଶିଶୁଙ୍କ ମନୋରଞ୍ଜନ କାମରେ ଲାଗୁନି

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମାଞ୍ଚଳର ଶିଶୁ,କିଶୋର ଓ ବରିଷ୍ଠଙ୍କୁ ମନୋରଂଜନର ସୁବିଧା ଦେବା ପାଇଁ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ବ୍ଲକ ପ୍ରଶାସନ ସହାୟତାରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନ ଏବେ ଶିଶୁ ମନୋରଂଜନ ପ୍ରଦାନ କରିବାରେ ଅକ୍ଷମ । ଅଭିଯୋଗ ଅନୁଯାୟୀ ସ୍ଥାନୀୟ ପାଥପୁର ପଞ୍ଚାୟତର ଡାକବଙ୍ଗଳା ନିକଟରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା । ଏହାକୁ ୨୦୨୧ ମସିହା ଏପ୍ରିଲ ୧୮ ତାରିଖରେ ଲୋକାର୍ପିତ କରାଯାଇଥିଲା ।

ବିଡମ୍ବନାର ବିଷୟ ବର୍ଷକ ମଧ୍ୟରେ ଶିଶୁ ଉଦ୍ୟାନ ସୈାନ୍ଦର୍ଯ୍ୟରେ ଭରପୁର ହେବା ପରିବର୍ତ୍ତେ ଲଟାଝଟା,ଗୁଗୁଚି ଆଦି ଲଟାଝଟା ବଣରେ ପରିପୂର୍ଣ୍ଣ ହୋଇଛି । ଶିଶୁ ଉଦ୍ୟାନକୁ ଅଧିକ ଆକର୍ଷଣ କରିବା ପାଇଁ ହରିଣ,ବାଘ ,ମୃଗ,ରଙ୍ଗିନ ଟାଇଲ୍‌ ବିଛାଯାଇ ଚାଲିବା ରାସ୍ତା, ପିଲାଙ୍କ ପାଇଁ ଖେଳିବା ନିମନ୍ତେ ବିଭିନ୍ନ ପ୍ରକାର ଦୋଳି,ବସିବା ପାଇଁ ସିମେଣ୍ଟ ନିର୍ମିତ କଂକ୍ରିଟ ଚୈାକି ଆଦି ତିଆରି କରାଯାଇଥିଲା। ମାତ୍ର ପଞ୍ଚାୟତ ପକ୍ଷରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ନିଆଯାଇ ନଥିବାରୁ ଶିଶୁ ଉଦ୍ୟାନ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଘାସ, ଲଟାଝଟା ବଣ ଥିବା ହେତୁ ବିଷଧର ସରୀସୃପ ଆଦି ରହିଥିବା ଆଶଙ୍କା କରାଯାଇଛି ।

- Advertisement -

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ଏହି ଶିଶୁ ଉଦ୍ୟାନର ରକ୍ଷଣ ବେକ୍ଷଣ ପାଇଁ ଦାବି ହୋଇଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories