www.samajalive.in
Friday, December 5, 2025
19.1 C
Bhubaneswar

ବାରବାଟୀ ଟିକେଟ୍ ବିକ୍ରି : ପୂର୍ବ ରାତିରୁ ନୁହେଁ, ସକାଳ ୬ରୁ ଧାଡି

କଟକ : ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଡିସିପି ସମୀକ୍ଷା କରିଛନ୍ତି। ସେ କହିଛନ୍ତି କାଉଣ୍ଟର ଟିକେଟ୍ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ। ୧୧ ହଜାର ଟିକେଟ୍‌ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । କ୍ରିକେଟ୍ ଏକାଡେମୀ ପଟୁ ପ୍ରବେଶ ପଥ ରହିବ। ଏବଂ ପ୍ରସ୍ଥାନ ଗେଟ୍ ସମ୍ପୂର୍ଣ୍ଣ ଅଲଗା ରହିବ।

୫ ତାରିଖ ସକାଳ ୯ଟାରୁ ଟିକେଟ୍ ବିକ୍ରି କରାଯିବ। ତେଣୁ ସକାଳ ୬ଟାରୁ ଧାଡିରେ ରହିବାକୁ ଅନୁମତି ରହିଛି। ଟିକେଟ୍ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡିରେ ରହିପାରିବେନି। କଳା ବଜାରୀ ଉପରେ ସ୍ଵତନ୍ତ୍ର ଭାବେ ନଜର ରଖାଯିବ । ପୁଲିସ ବାହିନୀ ସାଦା ପୋଷାକରେ ରହିବେ। ସିସି ଟିଭି ସର୍ଭେଲାନ୍ସରେ ଟିକେଟ୍ ବିକ୍ରି ପ୍ରକ୍ରିୟା ରହିବ।

- Advertisement -

କମିଶନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ମୋଟ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍‌ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍‌ସ୍ପେକ୍ଟର ୪୦ ଜଣ, ଏସ୍‌ଆଇ ଓ ଏଏସ୍‌ଆଇ ୧୫୦ ଜଣ ନିୟୋଜିତ ହେବେ ।

ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାରହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories