ରଙ୍ଗମାଟିଗୁଡା ଗ୍ରାମବାସୀଙ୍କୁ ମିଳୁନି ପିଇବା ପାଣି, ଜମି ନାଳ ପାଣି ହିଁ ଭରଷା

ନବରଙ୍ଗପୁର : ଦେଶ ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ବଣ ଜଙ୍ଗଲ ଭିତରେ ଦୁସ୍ଥ ଜୀବନ ବିତାଉଛନ୍ତି ଆଦିମ ଅଧିବାସୀ। ଗାଁ ବସ୍ତିକୁ ନା’ ଅଛି ଭଲ ରାସ୍ତା ନା’ ଅଛି ପାନୀୟ ଜଳ । ଗାଁ ରେ ଭଲ ରାସ୍ତା ଖଣ୍ଡିଏ ନାହିଁ । ଖରା ଦିନେ ରାସ୍ତାରେ ଚଲା ଵୁଲା କରୁଥିବା ବେଳେ ବର୍ଷା ଦିନେ କାଦୁଅ ପଚ୍ ପଚ୍ ରାସ୍ତା । ଗାଁ ରେ ବର୍ଷା ଦିନ ହେଲେ ୧୦୮ ଆମ୍ବୁଲାନ୍ସ ଗାଡି ପହଞ୍ଚି ପାରୁନଥିବା ବେଳେ ଦୁଇଚକକିଆ ଯାନବାହାନ ମଧ୍ୟ ଯାତାୟାତ କରିବା କାଠିକର ପାଠ ହୋଇଯାଇଛି। ଵର୍ଷା ଦିନରେ ଏଠାକାର ରୋଗୀ ଓ ଗର୍ଭବତୀ ଡାକ୍ତରଖାନା ଯିବା ଅସମ୍ଭବ ହୋଇ ପଡିଥିବା ବେଳେ ଖଟିଆକୁ ହିଁ ଭରଷା କରିଥାନ୍ତି। ଡାକ୍ତର ଵଦଳରେ ଭଗବାନଙ୍କ ଭରଷାରେ ବଞ୍ଚିଛନ୍ତି ଗ୍ରାମବାସୀ। ଏମିତି ଏକ ଗାଁ ହେଉଛି ପାପଡାହାଣ୍ଡି ବ୍ଲକର ଗାଦଵାକତରା ପଞ୍ଚାୟତ ଅଧିନସ୍ଥ ରଙ୍ଗମାଟିଗୁଡା ଗାଁ।

prayash

ଏହି ଗାଁରେ ୫୦ ପରିବାର ଵସବାସ କରୁଥିବା ବେଳେ ୨୫୦ରୁ ଉର୍ଦ୍ଧ୍ବ ଲୋକେ ରହୁଛନ୍ତି । ଵିଡମ୍ଵନାର ବିଷୟ ସଂରକ୍ଷିତ ଜଙ୍ଗଲ ଘେରା ଭିତରେ ଜନବସତି ପ୍ରାୟ ୨୫ ବର୍ଷ ହେଲା ଗଢି ଉଠିଥିଲେ ମଧ୍ୟ ପ୍ରଶାସନ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଛି। ଏମିତି କି ଗାଁ ରେ ୧ କି.ମି ଦୂରରେ ଏକ ଜମି ଭିତରେ ଥିବା ଏକ ନାଳରୁ ଦୂଷିତ ପାଣି ସଂଗ୍ରହ କରି ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି । ଗ୍ରାମରେ ଦୂଇଟି ନଳକୂପ ଯୋଗାଇଦେଇଥିଲେ ମଧ୍ୟ ଦୁଇଟି ନଳକୂପରୁ ପାଣି ବାହାରୁ ନଥିବ।ବେଳେ ଅଚଳ ହୋଇ ପଡିରହିଛି । ପଞ୍ଚାୟତରେ ୨ ବର୍ଷ ହେଲା ଗୋଟିଏ ନୂତନ ନଳକୂପ ମଞ୍ଜୁର ହୋଇଥିଲେ ସୁଦ୍ଧା ଯୋଗାଇ ଦିଆଯାଉ ନାହିଁ । ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ମ।ନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଦୀର୍ଘଦିନ ହେଲା ଦୂଷିତ ନାଳ ପାଣି ପିଇ ଗ୍ରାମବାସୀ ମାନେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁରେ ନୂଆ ନଳକୂପ ଦୁଇ ଦିନ ଭିତରେ ଯୋଗାଇ ନଦେଲେ ବ୍ଲକ କାର୍ୟ୍ୟାଳୟ ଓ ଜିଲ।ପାଳ ଙ୍କ କାର୍ୟ୍ୟାଳୟକୁ ଗ୍ରାମବାସୀ ମାନେ ଘେର।ଉ କରିବେ ବୋଲି ଗ୍ରାମର ସାଧୁ ମୁଦୁଲି ,ଧୋବା ମୁଦୁଲି ଚୈତନ୍ୟ ମୁଦୁଲି ,ଗବର ମୁଦୁଲି ମେଟା ମୁଦୁଲି, ପଦ୍ମା ମୁଦୁଲି, ଆଶ୍ମତି ମୁଦୁଲି, ଵୃନ୍ଦାଵତି ମୁଦୁଲି, ଲକ୍ଷ୍ମୀ ମୁଦୁଲି ଓ ରମା ମୁଦୁଲି ପ୍ରମୁଖ ଚେତାବନୀ ଦେଇଛନ୍ତି।

 

kalyan agarbati

Comments are closed.