www.samajalive.in
Sunday, December 7, 2025
26.1 C
Bhubaneswar

ସମରା ୫-ଟି ହାଇସ୍କୁଲରେ ନିମ୍ନମାନର କାମ; ଫାଟି ଆଁ କଲାଣି କାନ୍ଥ

ଗୁଡଭେଲା : ଓଡିଶା ସରକାର ହାଇସ୍କୁଲ ଗୁଡିକରେ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଅତ୍ୟାଧୁନିକ କୌଶଳରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ କରିଛନ୍ତି । ବିଦ୍ୟାଳୟ ପରିସରକୁ ସୌନ୍ଦର୍ଯ୍ୟ କରଣ ସହ ଇ-ପାଠାଗାର, ଅଧୁନିକ ବିଜ୍ଞାନଗାର, ସ୍ମାର୍ଟ ଶ୍ରେଣୀ ଗୃହ ସରକାର ଆମ ସ୍କୁଲ ପାଣ୍ଢି ଆଉ ମନରେଗା ଯୋଜନାରରୁ ଅର୍ଥ ବିନିଯୋଗ କରି ରୁପାନ୍ତରିତ କରାଯାଇଛି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ସରକାରୀ ପାଣ୍ଠିକୁ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ସମରା ହାଇସ୍କୁଲରେ ।
ଏଠାରେ ସ୍କୁଲ ପରିସରକୁ ଶୋଭା ବର୍ଦ୍ଧନ ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ସିମେଣ୍ଟ ଇଟାରେ ଡଙ୍ଗା ଭଲି ତିଆରି କରି ଗଛ ଲଗାଇବାର ବ୍ୟବସ୍ଥା କରାଯାଇଛି । ହେଲେ ନିମ୍ନମାନ କାମ ଯୋଗୁଁ  କାମ ନସରୁଣୁ କାନ୍ଥକୁ ଗୁଡିକରେ ଫାଠି ଦୁଇ ଫାଳ ହେଲାଣି । ରାସ୍ତା ଗୁଡିକ ଆହୁରି ଆକର୍ଷଣ ଦେଖାଯିବା ପାଇଁ ଫେଭର୍ ବ୍ଳକ ଲଗାଯାଇଛି । ହେଲେ ଲଗାଇଲା ସମୟରେ ଭଲରେ ବାଲି ଭର୍ତ୍ତି କରା ଯାଇ ନଥିବାରୁ ବର୍ଷା ସମୟରେ ପାଣି ପସି ରାସ୍ତା ଦବି ଭାଙ୍ଗି ଯିବାର ଆଶଙ୍କା ରହିଛି । ସେହିପରି ଏକ  ମଞ୍ଚ ନିର୍ମାଣ କରାଯାଇଛି ।ସେଠାରେ ମଧ୍ୟ କାନ୍ଥରେ ଫାଠ ଦେବା ସହ ଜଗା ଯାଇଥିବା ଘାସ ଗୁଡିକ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମରିଗଲାଣି ।
ଖାଲି ସେତିକି ନୁହେଁ ଶୌଚାଳୟ ଗୁଡିକରେ ଲାଗାଯାଇଥିବା ସାମଗ୍ରୀ ଗୁଡିକ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ମୋ ସ୍କୁଲ ପାଣ୍ଠିରୁ କିଣାଯାଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ନିମ୍ନମାନ ହୋଇଥିବା ଅଭିଯୋଗ ହେଉଛି । ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକ ମରାମତି କରି କଲେବର ପରିବର୍ତ୍ତନ କରିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବାହାରି ଥିବା ଛାୟାର ସିମେଣ୍ଟ ଅତଡା ଖସିଥିବାର ଅଭିଯୋଗ ହେଉଛି  । ଏହି ବିଷୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଞ୍ଜରୀ କାଲୋଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।  ସହକାରୀ ଯନ୍ତ୍ରୀ ଅମିତ କୁମାର ମୁର୍ମୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଲ୍‌ ହୋଇ ନାହିଁ । ଏନେଇ ତଦନ୍ତ କରାଯିବ ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories