ଅନ୍ଧାରରେ ପାକିସ୍ତାନ – ରାତିରେ ବାହାଘର ମନା, କାର୍ଯ୍ୟାଳୟରେ କଟକଣା
ଇସଲାମବାଦ – ଏବେ ପାକିସ୍ତାନ ରାତିରେ ଆଉ ବେଶୀ ଜଳୁନି ବିଦ୍ୟୁତ୍ ବଲ୍ବ । ଗରମରେ ଲୋକ ଆଉଟୁ ପାଉଟୁ । ବିଭିନ୍ନ କଳ କାରଖାନା ବନ୍ଦ ରହୁଛି । ପାକିସ୍ତାନରେ ବିଜୁଳି ସଙ୍କଟ ଏପରି ହେଲାଣି କି ରାତିରେ ବିଦ୍ୟୁତ୍ ଆଲୋକ ଲଗାଇ ବାହାଘର ମନା କରାଯାଇଛି । ଖାଲି ଏତିକୁ ନୁହେଁ ବିଜୁଳି ପଙ୍ଖା ଏବଂ ଲାଇଟ୍ କାର୍ଯ୍ୟାଳୟମାନଙ୍କରେ ଲଗାଇବା ପାଇଁ କଟକଣା କରାଯାଇଛି । ଏସି ଉପରେ ଜୋରଦାର କଟକଣା ।
ବିଜୁଳି ବଞ୍ଚାଇବା ପାଇଁ ସାପ୍ତାହରେ ୫ ଦିନ ସମସ୍ତ ସରକାରୀ କାର୍ଯ୍ୟଳୟ ଖୋଲା ରଖିବା ପାଇଁ କୁହାଯାଇଛି । ବାକି ଦିନ ବିଜୁଳି ପାଇଁ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନରେ ବିଜୁଳି ସଙ୍କଟ ଗୁରୁତର ହୋଇଥିବା କଥା ଏହାର ଶକ୍ତି ତଥା ସୂଚନା ମନ୍ତ୍ରୀ ମାଲିୟୁମ ଔରଙ୍ଗଜେବ୍ କହିଛନ୍ତି । ଏଥିପାଇଁ ଦେଶରେ ନାହିଁ ନଥିବା ଅସୁବିଧା ହେଉଥିବା କଥା ସାଧାରଣ ଲୋକ ପ୍ରକାଶ କରିଛନ୍ତି.
Comments are closed.