କଲବଲ କରୁଛି ତାତି : ୪୫.୨ ଡ଼ିଗ୍ରୀ ସହ ଟିଟଲାଗଡ ଉତ୍ତପ୍ତ ସହର
ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ବହୁଗୁଣିତ କରି ଦେଇଛି।
ତେବେ ବୁଧବାର ୪୫.୨ ଡ଼ିଗ୍ରୀ ସେଲସିୟସ ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ସେହିପରି ରାଜ୍ୟର ୯ଟି ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି । ରାଜ୍ୟର ୧୯ ସ୍ଥାନର ତାପମାତ୍ରା ୪୦ ଡ଼ିଗ୍ରୀ ସେଲସିୟସ କିମ୍ବା ଅଧିକ ରହିଛି।
ତେବେ ଆହୁରି ୨ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବା ସମ୍ଭାବନା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.