www.samajalive.in
Sunday, December 7, 2025
26.1 C
Bhubaneswar

ସତ୍ୟବ୍ରତ ଦାସ ହତ୍ୟାଘଟଣା; ଧରାପଡ଼ିଲେ ୭ ଅଭିଯୁକ୍ତ

ବାଲେଶ୍ୱର: ଚାନ୍ଦିପୁର ରୋଡ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ଅଭିଯୁକ୍ତ ଧରାପଡ଼ିଛନ୍ତି ।  ବ୍ୟବସାୟୀକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ଏନେଇ ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ଓ ଏସପି ସୁଧାଂଶୁ ଶେଖର ମିଶ୍ର ହତ୍ୟା ଘଟଣାର ପର୍ଦ୍ଦାଫସ କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗର ଆନ୍ନା ଥିବା ବେଳେ ଅନ୍ୟ ୬ ଅଭିଯୁକ୍ତ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ରହିଛନ୍ତି । ତେବେ ଏହି ଘଟଣାରେ ପୁଲିସକୁ ଚକମା ଦେବା ପାଇଁ ଅଭିଯୁକ୍ତ ମାନେ ଫିଲ୍ମ ଷ୍ଟାଇଲ ଅପଣେଇ ଥିଲେ ହତ୍ୟା ପରେ ଅଭିଯୁକ୍ତ ଫେରାର ନହୋଇ ମୃତଶରୀର ପାଖରେ ରହି ସମବେଦନା ଜଣାଉଥିଲେ । ଖାଲି ସେତିକି ନୁହେଁ କାନ୍ଦିବା ଅଭିନୟ ମଧ୍ୟ କରିଥିଲେ ଅପରାଧୀ ।

ତେବେ ଏ ସମସ୍ତେ ପୂର୍ବରୁ ଅପରାଧୀ ତେବେ ହତ୍ୟାର କାରଣ ହେଉଛି ମୃତ ବାପୁନୁ ନବ ରୟ ନାମକ ବ୍ୟକ୍ତି ପାଖରେ କାର୍ଯ୍ୟ କରୁଥିଲେ ନବର ବଳରାମଗଡ଼ି ମଦ ଦୋକାନ ବୁଝାବୁଝି କରୁଥିଲା ବାପୁନ ।  ଏହି ସମୟରେ ନବ ନିକଟରୁ ଆନା ୩ଟି ପ୍ଲଟ କିଣିଥିଲା ।  ତେବେ ଏଥିରେ କିଛି ଟଙ୍କା ଆନା ନବକୁ ଦେବାକୁ ଥିବାବେଳେ ଏହାର ବୁଝାବୁଝି ବାପୁନୁ କରୁଥିଲା ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories