ଅତାବିରା ବ୍ଲକରେ ୧୨ଟି ସ୍ମାର୍ଟ ସ୍କୁଲ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକରେ ୫-ଟି ରୂପାନ୍ତରଣ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ଉଦଘାଟିତ ହୋଇଯାଇଛି ।ଖରମୁଣ୍ଡା, ଜାଙ୍ଗେଡ଼, ଲରସରା, ଲହଣ୍ଡା ,ଟୋପ, ଗୋଡ଼ଭଗା, ଟାମ୍ପରସରା, ଝିଲିମିଣ୍ଡା, ଜହ୍ନାପଡ଼ା,ଅତାବିରା ନୋଡାଲ,ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଲସ୍ତଲା,ଆଦି ୧୨ ଟି ବିଦ୍ୟାଳୟରେ ହୋଇଥିବା ୫ଟି ରୂପାନ୍ତରଣ  ବିଦ୍ୟାଳୟ ଗୁଡ଼ିକର ଉଦଘାଟନ ପାଇଁ ଗତ ଗୋଟିଏ  ସପ୍ତାହ ଧରି ପ୍ରସ୍ତୁତି ଜୋର୍ ଚାଲିଥିଲା । ପ୍ରତି ବିଦ୍ୟାଳୟ ଗୁଡିକରେ ରଙ୍ଗୀନ ଆଲୋକ ମାଳା ତଥା ଫୁଲ ଓ ବେଲୁନରେ ସଜାଯାଇ ଥିବାର ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ତଥା ଛାତ୍ରଛାତ୍ରୀ ମାନେ ରାତିଦିନ ତତ୍ପରତା ସହିତ କାମ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଶାତୀତ ଉତ୍ସାହ ଓ ଉଦ୍ଦୀପନା ଭାରି ରହିଥିଲା ନିଜ ବିଦ୍ୟାଳୟର ଉଦଘାଟନ ପାଇଁ ।

prayash

ବ୍ଲକର ପ୍ରତ୍ୟେକ ୫-ଟି ସ୍କୁଲ୍ ଗୁଡିକରେ ଗ୍ରାମର ଭଦ୍ର ବ୍ୟକ୍ତି,  କମିଟିର ସଦସ୍ୟ ସଦସ୍ୟା, ସରପଞ୍ଚ, ପଞ୍ଚାୟତ କର୍ମଚାରୀ ତଥା ସମସ୍ତ ଛତ୍ରଛାତ୍ରୀ ମାନେ ଗତକାଲି ଅପରାହ୍ନ ୪ଟlରୁ  ଆସି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ନିଜ ସ୍କୁଲର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ କେମିତି ଆଭାସି ମାଧ୍ୟମରେ କରାଯିବ ଦେଖିବା ପାଇଁ । ଶାନ୍ତି ଶୃଙ୍ଖଳା ସହ ପିଲାମାନେ ଅପେକ୍ଷା କରିଥିଲେ । କିନ୍ତୁ କାର୍ଯ୍ୟକ୍ରମର ନିର୍ଦ୍ଧାରିତ ସମୟ ଅବଧି ଠାରୁ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା ଉଦ୍‌ଘାଟନ କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀଙ୍କ ସମେତ  ଉପସ୍ଥିତ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭରି ରହିଥିବା ଉତ୍କଣ୍ଠା ନିମିଷକ ମଧ୍ୟରେ ଉଭେଇ ଯାଇଥିଲା । ଏତେବଡ଼ ଆୟୋଜନ କରି ଶେଷରେ ସବୁକିଛି ଶୂନ ହୋଇଯାଇଥିଲା । ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା ସମସ୍ତଙ୍କ ମନରେ । ତେବେ ୫ ଟି ବିଦ୍ୟାଳୟ  ଉଦଘାଟନ ର ଏତେ ବଡ଼ ଆୟୋଜନ କାହାପାଇଁ ?

kalyan agarbati

Comments are closed.