୨୦୦୩ରୁ ଫ୍ଲଡ ଲାଇଟ୍‌ରେ ମ୍ୟାଚ

କଟକ: ବାରବାଟୀ ଷ୍ଟାଡ଼ିୟମରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ୧୯୮୨ ଜାନୁଆରୀ ୨୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ୧୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପରେ ବାରବାଟୀ ଷ୍ଟାଡ଼ିୟମରେ ଫ୍ଳଡ ଲାଇଟ୍‌ର ବ୍ୟବସ୍ଥା କରାଯାଇଥିଲା । ୨୦୦୩ରେ ପ୍ରଥମ ଥର ଲାଗି ବାରବାଟୀ ଷ୍ଟାଡ଼ିୟମରେ ଫ୍ଳଡ ଲାଇଟ୍‌ ଲଗାଯାଇଥିଲା । କିମ୍ବଦନ୍ତୀ କ୍ରିକେଟର କପିଳ ଦେବ୍‌ଙ୍କ ଦେବ୍‌ ମସ୍କୋ କମ୍ପାନୀ ପକ୍ଷରୁ ଷ୍ଟାଡ଼ିୟମରେ ୮ଟି ଫ୍ଳଡ ଲାଇଟ୍‌ ଲଗାଯାଇଥିଲା। ପ୍ରତି ଖୁଣ୍ଟିରେ ୪୦ଟି ଲେଖାଏଁ ବଲ ଲଗାଯାଇଛି।

prayash

୨୦୦୩ ନଭେମ୍ବର ୬ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡ଼ିୟମରେ ଫ୍ଲଡ ଲାଇଟ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ପ୍ରଥମ ଫ୍ଳଡ ଲାଇଟ୍‌ ମ୍ୟାଚକୁ ଦେଖିବା ପାଇଁ ବାରବାଟୀ ଷ୍ଟାଡ଼ିୟମରେ ଭରପୂର ଦର୍ଶକ ଉପସ୍ଥିତ ଥିଲେ। ଉକ୍ତ ମ୍ୟାଚରେ ଭାରତ ୪ ୱି​‌କେଟରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଏକ ସମୟରେ ଭାରତର ପରାଜୟ ଜଣାପଡିବା ପରେ ମ୍ୟାଚ ​ଶେଷ ହେବା ପୂର୍ବରୁ ଦର୍ଶକ ଷ୍ଟାଡ଼ିୟମରୁ ଉଠି ପଳାଇଥିଲେ। ଉକ୍ତ ମ୍ୟାଚ​ରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୯ ୱିକେଟ ବିନିମୟରେ ୨୪୬ରନ କରିଥିଲା।ମହମ୍ମଦ କୈଫ ସର୍ବାଧିକ ୬୪ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ସ୍କଟ ଷ୍ଟାଇରିସଙ୍କ ୬୮ ଓ କ୍ରେଗ ମ୍ୟାକମିଲନଙ୍କ ଅପରାଜିତ ୮୨ରନ ବଳରେ ୪୭.୩ ଓଭରରେ ୬ ୱିକେଟ ହରାଇ ୨୪୯ରନ କରି ବିଜୟୀ ହୋଇଥିଲା।

ଏଥି ମଧ୍ୟ​ରେ ବାରବାଟୀ ଷ୍ଟାଡ଼ିୟମରେ ୮ଟି ଦିନିକିଆ ଓ ୨ଟି ଟ୍ବେଣ୍ଟି୨୦ ମ୍ୟାଚ ଫ୍ଲଡ ଲାଇଟ୍‌ରେ ସମ୍ପନ୍ନ ହୋଇଛି। ଏହାଛଡ଼ା ଏକାଧିକ ଆଇପିଏଲ ମ୍ୟାଚ ମଧ୍ୟ ଫ୍ଳଡ ଲାଇଟ୍‌ରେ ଖେଳାଯାଇଛି। ୧୯ ବର୍ଷ ପରେ ଷ୍ଟାଡ଼ିୟମର ଫ୍ଳଡ ଲାଇଟ୍‌ ବଲ୍‌କୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଲାଗିଥିବା ମେଟାଲ ଲାଇଟ୍‌କୁ ହଟାଯାଇ ନୂତନ ଏଲିଡ୍‌ ଲାଇଟ୍‌ ଲଗାଯାଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଜୁନ୍‌ ୧୨ରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ମ୍ୟାଚ ବାରବାଟୀ ପାଇଁ ୩ୟ ଓ ଫ୍ଳଡ ଲାଇଟ୍‌ର ୧୧ତମ ମ୍ୟାଚ ହେବ।

kalyan agarbati

Comments are closed.