www.samajalive.in
Monday, December 15, 2025
24.1 C
Bhubaneswar

ଘନଘନ ବିଦ୍ୟୁତକାଟ ; ପ୍ରଚଣ୍ଡ ଗୁଳୁଗୁଳିରେ ଆମ୍ବ ପଣସ ପରି ସିଝୁଛନ୍ତି ଲୋକେ 

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବିଦ୍ୟୁତ ଗ୍ରୀଡ ଅଧିନ ବାଲିପଡା ଫିଡର  ଉପଭୋକ୍ତା ଗତ ଦୁଇ ରାତି ହେଲା ଗୁଳୁଗୁଳି ସାଙ୍ଗକୁ ଘନ ଘନ ବିଦ୍ୟୁତକାଟର ସମସ୍ୟା ଭୋଗୁଛନ୍ତି । ଗତ ମଙ୍ଗଳବାର ଓ ବୁଧବାର ରାତିରେ ଅଚାନକ ବିଦ୍ୟୁତ ସେବା ବନ୍ଦ ହୋଇ ଯାଉଛି ପୁଣି ଘଣ୍ଟାଟେ ପରେ ଆସୁଛି । ଘଣ୍ଟାଟେ ଯାଉଛି ଘଣ୍ଟାଟେ ରହୁଛି । ଏପରି ବିଦ୍ୟୁତକାଟରେ ଲୋକେ ମଧ୍ୟ ରାତି ତମାମ୍ ଘଣ୍ଟାଟେ ଘରେ ଓ ଘଣ୍ଟାଟେ ବାହାରେ ରହୁଛନ୍ତି। ତେବେ ଗ୍ରାମାଞ୍ଚଳରେ ଲୋକେ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଫ୍ୟାନର ବ୍ୟବହାର କରୁଥିବା ବେଳେ ଅତିବେଶୀରେ କୁଲର୍ ଟିଏ ବ୍ୟବହାର କରୁଛନ୍ତି ।
ଏଠି କାହା ଘରେ ଏସି ଲାଗିବା ସ୍ବପ୍ନ । ପ୍ରଚଣ୍ଡ ଖରା କାରଣରୁ  ବର୍ତ୍ତମାନ ଜଳ ଜୀବନ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନ ବିଦ୍ୟୁତ ଆଲୋକର ହେବ । ବିଜୁଳି ବିହିନେ ଜନଜୀବନ ସମ୍ଭବପର ନୁହେଁ । ହେଲେ ଦିନ ତମାମ୍ ଖରାରେ ସିଝୁଥିବା ଗ୍ରାମାଞ୍ଚଳର ଲୋକେ ରାତିରେ ବିଜୁଳିକୁ ଆଶାକରି ଟିକେ ଶାନ୍ତିରେ ବିଶ୍ରାମ ନେବାକୁ ଚାହୁଁଥିଲେ ହେଁ,ଗତ ଦୁଇ ରାତି ହେଲା ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି ବିଦ୍ୟୁତ ଉପଭୋକ୍ତା ମାନେ । ରାତିସାରା ଅନିଦ୍ରାର ସମୟ କଟେଇବା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଘଣ୍ଟାଟେ ଶୋଇ ଘଣ୍ଟାଟେ ଚେଇଁ ରହିବା ଏକ ନିର୍ଯାତନା ବୋଲି ଆଲୋଚନା ହେଉଛି । ବିଦ୍ୟୁତ ବିଭାଗ ଏହାର ସମାଧାନ କରି ଉପଭୋକ୍ତାଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଇ ଦେବାକୁ ଦାବୀ ହୋଇଛି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories