www.samajalive.in
Sunday, December 7, 2025
16.1 C
Bhubaneswar

ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଚଳିତ ବର୍ଷ ଧୁମଧାମରେ ରଥଯାତ୍ରା ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ତହସିଲଦାର ସୁଧାକର ରଇତ, ଭାରପ୍ରାପ୍ତ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ, ମନ୍ଦିର ପରିଚାଳନା ସଭାପତି ନରସିଂହ ପାଢ଼ୀ, ସମ୍ପାଦକ ଗଙ୍ଗା ସାହୁ, ସରପଞ୍ଚ ବାର୍ଲି ଗୌତମ ମଞ୍ଚାସୀନ ରହିଥିଲେ। କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ରଥଯାତ୍ରା ହୋଇପାରିନଥିଲା ତାହା ଚଳିତ ବର୍ଷ ହେବାକୁ ଯାଉଥିବା ବେଳେ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। କରୋନା ସମୟରେ ପ୍ରଶାସନ ନିର୍ଦେଶକ୍ରମେ ମନ୍ଦିର ପରିଚାଳନା କମିଟି ସହାୟତାରେ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ବିନା ଭକ୍ତରେ ଯାତ୍ରା କରାଯାଇଥିଲା। ବୈଠକରେ ମନ୍ଦିର ପରିଚାଳନା କମିଟିର ସଭାପତି ସଭାପତି ପଦବୀରୁ ପରିତ୍ୟାଗ କରିବା ପାଇଁ ତହସିଲଦାରଙ୍କୁ ଲିଖିତ ଦେଇଥିଲେ। ଏହାକୁ ନେଇ ବୈଠକରେ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆଯାଇଛି। ରଥ ପଡିଆ ସମତଳ ଓ ପରିଷ୍କାର ପରିଛନ କରିବା ପାଇଁ ପୂର୍ତ୍ତି ବିଭାଗକୁ ଅନୁରୋଧ କରାଯିବ। ରଥ ମରାମତି, ପାନୀୟଜଳ ବ୍ୟବସ୍ଥା ଓ ଯାତ୍ରା ପାଇଁ ପାଣ୍ଠି ଆଦାୟ ନିମନ୍ତେ ସଦସ୍ୟ ଚୟନ କରାଯାଇଛି। ଏବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି । ଏଥିରେ ମନ୍ଦିର ପରିଚାଳନା କମିଟି, ବନବିଭାଗ, ବ୍ଲକ, ଗ୍ରାମବାସୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଶେଷରେ ରାଜସ୍ୱ ନିରୀକ୍ଷକ ସତ୍ୟଜିତ ଦାସ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories