କର୍ମ ସନ୍ୟାସ…. କର୍ମ ଯୋଗ ର ଭିତ୍ତି ଭୂମି

ସନ୍ୟାସ ର ଅର୍ଥ ସଂସାର ତ୍ୟାଗ ଅଥବା ସଂସାର ପ୍ରତି ବିରକ୍ତି ଓ ପ୍ରକୃତ ପକ୍ଷେ ସର୍ବ ଜନପ୍ରିୟ ଭାଷା ରେ ପ୍ରକାଶ କରିବାକୁ ଗଲେ ସଂସାର ତ୍ୟାଗ ସହ ଭଗବତ କୃପା ଦ୍ୱାରା ତାଙ୍କୁ ଅନ୍ୱେଷଣ ଅଥବା ପ୍ରାପ୍ତ କରିବାର ଇଛା ହିଁ କର୍ମ ସନ୍ୟାସ ଅଟେ ଓ ଜଣେ କର୍ମସନ୍ୟାସୀ ସାଂସାରିକ କାର‌୍ୟ୍ୟ ତ୍ୟାଗ କରିବାପୂର୍ବକ ସମ୍ପୂର୍ଣ ରୂପେ ତାଙ୍କୁ ଭଗବାନଙ୍କ ଇଛାନୁସାରେ ସମର୍ପିତ କରିଥାନ୍ତି ଅନ୍ୟପକ୍ଷରେ କର୍ମଯୋଗୀ ଅତ୍ୟନ୍ତ ସୁଚାରୁ ରୂପେ କର୍ମ କରି ଦକ୍ଷତାନୁଯାୟୀ ନିଜର ମନକୁ ନିରବଛିନ ଭାବରେ ଆଧ୍ୟାତ୍ମିକ ପଥପ୍ରଦର୍ଶକ (ଗୁରୁ) ଏବଂ ଭଗବାନଙ୍କ ନିକଟରେ ଓତପ୍ରୋତ ହୋଇ ମଧ୍ୟ କେବେହେଲେ ମନରେ ଏହାର ଫଳାଫଳ ଉପରେ କୌଣସି ଆଶା ରଖିନଥାନ୍ତି ଓ ପ୍ରତ୍ୟେକ କର୍ମ ନିମନ୍ତେ ସେ ନିଜର ଗୁରୁ ଅଥବା ଆଧ୍ୟାତ୍ମିକ ପଥପ୍ରଦର୍ଶକ ଏବଂ ଭଗବାନଙ୍କୁ ସର୍ବଦା ତାଙ୍କର ପର‌୍ୟ୍ୟବେକ୍ଷକ (ଦ୍ରଷ୍ଟା ) ତଥା ରକ୍ଷକ ମନେକରି ସର୍ବଦା କର୍ମ କରିଥାନ୍ତି ଓଏହା ଦ୍ୱାରା ସେ କର୍ମଫଳ ପ୍ରାପ୍ତିଠାରୁ ଅସଂଗଲଗ୍ନ ରହିଥାନ୍ତି . ଶ୍ରୀମଦ ଭଗବତ ଗୀତା କହେ –
“ସଂନ୍ୟାସ କର୍ମୟୋଗଶ୍ଚ ନିଃଶ୍ରେୟସକରାବୁଭୌ ।
ତୟୋସ୍ତୁ କର୍ମସଂନ୍ୟାସାତ୍ କର୍ମୟୋଗୋ ବିଶିଷ୍ୟତେ ॥୨॥“
ଶ୍ରୀମଦ ଭଗବତ ଗୀତା ଅଧ୍ୟାୟ -୫
ଯଦ୍ୟପି କର୍ମଯୋଗ ଏବଂ କର୍ମସନ୍ନ୍ୟାସ ଉଭୟ ଈଶ୍ଵରାଶୀର୍ବାଦ ଦିଗରେ ନେଇଯାଏ, ଉପରୋକ୍ତ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ପ୍ରାଞ୍ଜଳ ଭାଷାରେ କର୍ମସନ୍ନ୍ୟାସ ଅପେକ୍ଷା କର୍ମଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି ଓ କାରଣ ଏହାର ପ୍ରଭାବ ସାମାଜିକ ଅଭିବ୍ୟକ୍ତି ଉପରେ ପଡିଥାଏ ଓ ଦ୍ୱିତୀୟରେ ଜଣେ କର୍ମଯୋଗୀ ହେବା ସହଜ . କାରଣ କର୍ମ କରିବା ଆମ୍ଭମାନଙ୍କର ସ୍ୱାଭାବିକ ପ୍ରବୃତ୍ତିଅଟେ ଓ
କର୍ମଯୋଗର ଅଭ୍ୟାସ କଷ୍ଟକର ହୋଇଥାଏ…… କାହିଁକି ?

prayash

ସାଧାରଣତଃ ଆମ୍ଭମାନଙ୍କର ମନ ଆମର କ୍ରମସ୍ଥଳୀରେ ଗୋଟିଏ ସ୍ଥାନରେ ପ୍ରାୟତଃ ରହେ ନାହିଁ ଓ ମନର ଏକ ବୃହଦଂଶ ଭୟର ଏକ ଭୀଷଣ ଜଙ୍ଗଲ, ଇର୍ଷା ଓ ଦ୍ୱେଷ ଆଦିର ଅନ୍ଧକାର ଗୁମ୍ଫା ଏବଂ କାଳ୍ପନିକ ବିଫଳତାର ବିଶାଳ ମରୁଭୂମିରେ ବିଚରଣ କରିଥଓଏ . ତେଣୁ ଅନାକର୍ଷଣର ପ୍ରାବଲ୍ୟ ଯୋଗୁଁ ସାଂସାରିକ କାର‌୍ୟ୍ୟ ସହ ଜଣେ ମନକୁ ଭଗବାନଙ୍କଠାରେ ଲଗାଇବାକୁ କଷ୍ଟକର ମନେକରିବା ସହିତ ଅସମ୍ଭବ ମନେ କରିଥଏ ଓ ମାତ୍ର କର୍ମସନ୍ନ୍ୟାସ ଟିକେ ଅଲଗା ଓ ଏହାକୁ ଆୟତ୍ତ କରିବା ଏକ କଳା ଓ ଏହିପାଇଁ ପ୍ରଥମେ ମନକୁ ନିୟନ୍ତ୍ରିତ କରି ଦହି ସଦୃଶ ଜମେଇବାକୁ ପଡିବ ଓ
ଧ୍ୟାନର ନୂତନ ସଂଜ୍ଞା ନିରୂପଣ ….
ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏଥିନିମନ୍ତେ ଏକ ସରଳ କିନ୍ତୁ କୌଶଳର ଅବତାରଣା କରିଛନ୍ତି ଓ ଏଥିପାଇଁ ଆମକୁ ଦିନର କିୟଦଂଶ ଏକ ନିର୍ଜନ ସ୍ଥାନରେ ଅଥବା ଏକାନ୍ତରେ ଅତିବାହିତକରିବାକୁ ହେବ ଯେତେବେଳେ କି ଭଗବାନଙ୍କର ଦିବ୍ୟ ରୂପ ଉପରେ ଧ୍ୟାନ ସହ ତାଙ୍କର ଗୁଣ, ଲୀଳା, ଧାମ ତଥା ତାଙ୍କର ସନ୍ଥଙ୍କୁ ସ୍ମରଣ କରିବ. କ୍ଷୀର ଯେପରି ନିଭୃତ ସ୍ଥାନରେ ଦହିରେ ପରିଣତ ହୋଇଥାଏ, ମନ ସେହିପରି ଭାବେ ନିରବଛିନ୍ନ ସାଧନା କୌଶଳ ଦ୍ୱାରା ଅନ୍ତର୍ମୁଖୀ ହୋଇଥାଏ ଓ ଏହି ସାଧନା କୌଶଳ ମନକୁ ନିରବଛିନ୍ନ ଭାବରେ ଆଧ୍ୟାତ୍ମିକ ପଥପ୍ରଦର୍ଶକ (ଗୁରୁ) ତଥା ଭଗବାନଙ୍କ ଠାରେ ଯୁକ୍ତହୋଇ ରଖୁଥିବା ଯୋଗୁଁ ଭଗବାନ ସର୍ବତ୍ର ବିଦ୍ୟମାନ ବୋଲି ଅନୁଭବ କରାଇବା ସହିତ ଆମର ପ୍ରତିଟି କାର‌୍ୟ୍ୟର ଦ୍ରଷ୍ଟା ଏବଂ ରକ୍ଷକ ବୋଲି ପ୍ରତିକ୍ଷଣ ଚେତାଇ ଦେଇଥାଏ ଓ. ଏହାହିଁ କର୍ମଯୋଗର ପ୍ରକୃତ ଅବସ୍ଥା ଓ
“ତସ୍ମାତ୍ସର୍ବେଷୁ କାଳେଷୁ ମାମନୁସ୍ମର ୟୁଦ୍ଧ ଚ “ଶ୍ରୀମଦଭଗବତ ଗୀତା ଅଧ୍ୟାୟ –୮

ବ୍ରଜ ଗୋପିକା ସେବା ମିଶନ, ସ୍ୱାମୀ ଶ୍ରୀ କୃପାଳୁ ଜୀ ମହାରାଜଙ୍କର ଉପରୋକ୍ତ କୌଶଳକୁ ନେଇ ୧୯୯୬ ମସିହା ଠାରୁ ବିଭିନ୍ନ ସହରରେ ବୃହତ କାର‌୍ୟ୍ୟକ୍ରମର ଆୟୋଜନ କରିଆସୁଅଛି ଓ ଯାହା ତାତ୍ପର‌୍ୟ୍ୟପୂର୍ଣ୍ଣ ଅଟେ ତଥା ଆଧ୍ୟାତ୍ମିକ ଗୁରୁତ୍ତ୍ଵ ମଧ୍ୟ ବହନ କରିଥାଏ ଓ . ଏହି ଶିବିରର ଅନନ୍ୟ, ଅନୁପମ ଏବଂ ଏକମାତ୍ର ବୈଶିଷ୍ଟ୍ୟ ହେଲା ରୁପଧ୍ୟାନ ସାଧନା ଯାହା ଜଗତ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଦ୍ୱାରା ବିଶେଷ ଭାବରେ ଶିକ୍ଷାଦାନ କରାଯାଇଛି ଓ ଏହି ସାଧନା ଶିବିର ଶ୍ରୀ ମହାରାଜଜୀ ଙ୍କର ଦୁଇ ପ୍ରମୁଖ ପ୍ରଚାରକ ପୂଜନୀୟା ରାସେଶ୍ୱରୀ ଦେବୀ ଜୀ ଏବଂ ସ୍ୱାମୀ ଶ୍ରୀ ଯୁଗଳ ଶରଣଜୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇ ଆସୁଅଛି ଓ ଏହି ଶିବିରରେ ଅନୁଷ୍ଠିତ ହେଉଥିବା ହୃଦୟସ୍ପର୍ଶୀ ସଙ୍କୀର୍ତ୍ତନ, ନିର୍ଦେଶିତ ଧ୍ୟାନ ଏବଂ ପ୍ରବଚନ, ଇନ୍ଦ୍ରିୟ ତଥା ମନକୁ ଏକ ଗଭୀର ଯୋଗ / ଧ୍ୟାନ ସାଧନାରେ ସାଧକ ଭକ୍ତମାନଙ୍କୁ ନିମଜ୍ଜିତ କରିଥାଏ ଓ ଏହା ଧ୍ୟାନ ଏବଂ ସାଧନା ଉପରେ ଲକ୍ଷ୍ୟ ରଖିବା ସହ ମନକୁ ପୁର୍ଣତୋୟା ଦିବ୍ୟ ଅନୁଭବରେ ନିମଗ୍ନ କରିଦେଇଥାଏ ଓ ଏହା ଯୋଗ ଏବଂ ସାଧନା ଉପରେ ଲକ୍ଷ୍ୟ ରଖିବା ସହ ମନକୁ ପୂର୍ଣତୟା ଦିବ୍ୟ ଅନୁଭବରେ ନିମଗ୍ନ କରିଦେଇଥାଏ ଓ ପ୍ରତ୍ୟେକଙ୍କର ଏପରି ଅନୁଭବ ହୋଇଥାଏ ଯେ, ଏ ମାୟିକ ଜଗତର ଅସାରତାକୁ ଛାଡି ଅନ୍ତର୍ମୁଖୀ ହେବା ଦ୍ୱାରା ଆମେ ପ୍ରକୃତ ଆତ୍ମା ବିଷୟରେ ସଚେତନ ହୋଇପାରିବା ।

Comments are closed.