www.samajalive.in
Wednesday, December 10, 2025
15.1 C
Bhubaneswar

ଲ୍ୟାମ୍ପ ନିର୍ବାଚନ ପାଇଁ ୧୫ଜଣ ଦାଖଲ କଲେ ମନୋନୟନ ପତ୍ର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲି. ଠାରେ ଓଡ଼ିଶା ସମବାୟ ସମିତି ନିର୍ବାଚନ ୧୯୯୨ର ନିୟମ(୫) ଅନୁଯାୟୀ ନିର୍ବାଚନ ଅଧିକାରୀ ଭାବେ କସ୍ତୁରୀ ସନ୍ୟାସୀ ରାଜୁଙ୍କ ଉପସ୍ଥିତିରେ ୧୫ ଜଣ ସଭ୍ୟ ସଭ୍ୟା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉକ୍ତ ସମିତି ଗଠନ ନିମନ୍ତେ ୧୫ ଗୋଟି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ସଭ୍ୟ ସଭ୍ୟାଙ୍କ ନିର୍ବାଚନ ଚୟନ କରାଯିବ । ଆଜି ନିର୍ବାଚନ ଅଧିକାରୀଙ୍କ ନିକଟରେ ନିର୍ଦ୍ଧାରିତ ଫି’ ଓ ଅମାନତ ସହ ମନୋନୟନ ପତ୍ର ଦାଖଲ କରିଥିଲେ । ଏଥିରେ ୧୫ ଜଣ ସଭ୍ୟ ସଭ୍ୟା ମନୋନୟନ ପତ୍ର ନିର୍ବାଚନ ଅଧିକାରୀ କସ୍ତୁରୀ ସନ୍ୟାସୀ ରାଜୁଙ୍କ ନିକଟରେ ଦାଖଲ କରିଥିଲେ । ତାହାର ତାଲିକା ଅପରାହ୍ନରେ ପ୍ରକାଶନ କରାଯିବ । ୩୧ ତାରିଖରେ ମନୋନୟନ ପତ୍ର ଯାଞ୍ଚ, ୧ ତାରିଖରେ ଅଭିଯୋଗ ଉପରେ ନିର୍ବାଚନ ଅଧିକାରୀଙ୍କ ଶୁଣାଣି, ୨ ତାରିଖରେ ଅଭିଯୋଗର ଶୁଣାଣି ନିଷ୍ପତି, ୩ ତାରିଖରେ ସଠିକ ତାଲିକା ପ୍ରକାଶ କରାଯିବ । ୪ତାରିଖରେ ମନୋନୟନ ପତ୍ର ପ୍ରତ୍ୟାହାର କରାଯିବ ଓ ଚୁଡାନ ତାଲିକା ପ୍ରକାଶ କରାଯିବ । ଆବଶ୍ୟକ ସ୍ଥଳେ ୧୯ ତାରିଖରେ ନିର୍ବାଚନ ବା ଭୋଟ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲିରେ ୧୮୩୨ ଭୋଟର ବା ସଦସ୍ୟ ମତଦାନ କରିବେ ବୋଲି ଜଣାପଡିଛି । ଏଥିରେ ୧୫ ଜଣ ସଦସ୍ୟ ଆବଶ୍ୟକତା ରହିଛି । ଏଥିରେ ଲ୍ୟାମ୍ପ ଶାଖା ପରିଚାଳକ ସି ହେଚ କୋଟେଶ୍ୱର ରାଓଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories