www.samajalive.in
Monday, December 15, 2025
24.1 C
Bhubaneswar

ଆଇଫୋନ୍‌ ମଗାଇ ଫ୍ଲିପ୍‌କାର୍ଟକୁ ୪୦ ଲକ୍ଷ ଟଙ୍କାର ଚୁନ ଲଗାଇଥିଲେ; ଗିରଫ ହେଲେ

କୋଟା: ଇ-କମର୍ସ ୱେବସାଇଟ୍‌ ଫ୍ଲିପ୍‌କାର୍ଟକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତ ଜୟପୁରର। ପୁଲିସର ସୂଚନା ମୁତାବକ, ଏହି ଅଭିଯୁକ୍ତମାନେ ଅନ୍‌ଲାଇନରେ ଆଇଫୋନ୍‌ ଅର୍ଡର କରୁଥିଲେ। ଏହାପରେ ଡେଲିଭରୀ ସମୟରେ ଡେଲିଭରୀ ବୟଙ୍କ ସହ ହାତ ମିଶାଇ ଚକ୍ରାନ୍ତ କରି ଆଇଫୋନ ପରିବର୍ତ୍ତେ ଡମି ଫୋନ୍‌ କମ୍ପାନୀକୁ ଫେରାଇ ଦେଉଥିଲେ। ଭୀମଗଞ୍ଜ ମଣ୍ଡି ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନେ ଏପର୍ଯ୍ୟନ୍ତ ପ୍ରାୟ ୩୦-୪୦ ଥର ଏଭଳି ଘଟଣା ଘଟାଇ ଫ୍ଲିପକାର୍ଟଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।

ସିଟି ଏସପି କେସର ସିଂ ଶେଖାୱତ କହିଛନ୍ତି ଯେ, ମେ ୨୪ ତାରିଖରେ ଫ୍ଲିପକାର୍ଟ କମ୍ପାନୀର ଜୟ ଚାଭଡା ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ସେ କହିଥିଲେ ଯେ, ମାହି ଶର୍ମା ଓରଫ୍ ଦିଲୀପ ଶର୍ମା ନାମକ ଜଣେ ଗ୍ରାହକ କମ୍ପାନୀରୁ ଭିନ୍ନ ଭିନ୍ନ ନମ୍ବରରୁ ମୋବାଇଲ ଅନଲାଇନ୍ ଅର୍ଡର କରିଥିଲେ। ଏହାପରେ ଅର୍ଡର ବାତିଲ କରି ଟଙ୍କା ଫେରସ୍ତ ନେଇଥିଲେ। ଏହାପରେ ଯେତେବେଳେ ଯାଞ୍ଚ କରାଗଲା ସେତେବେଳେ ଜଣାପଡ଼ିଥିଲା ଯେ, ମୋବାଇଲ୍ ନକଲି ଥିଲା। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

- Advertisement -

ଏସ୍‌ପି ଶେଖାୱତ ସିଓ କାଲୁରାମ ବର୍ମାଙ୍କ ନିର୍ଦେଶ ଓ ଥାନା ଅଧିକାରୀ ଲକ୍ଷ୍ମୀ ଚନ୍ଦ ବର୍ମାଙ୍କ ନେତୃତ୍ବରେ ଭୀମଗଞ୍ଜ ମଣ୍ଡି ଥାନାରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଏହାପରେ ଟିମ୍‌ ଖୋଳତାଡ଼ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ କହିଛନ୍ତି, ଅଭିଯୁକ୍ତ ରାହୁଲ ସିଂ ଏବଂ ୨୯ ବର୍ଷୀୟ ଦିଲୀପ ସ୍ବାମୀ ଓରଫ୍‌ ମାହୀ ଶର୍ମା ଉଭୟ ଜୟପୁର ବାସିନ୍ଦା। ଅନ୍ୟପକ୍ଷରେ, ୩୨ ବର୍ଷୀୟ ଅଜୟ କାନ୍ତ କଟାରିଆ ଏବଂ ୨୩ ବର୍ଷୀୟ ସୁନୀଲ ନାୟକ କୋଟାର ବାସିନ୍ଦା।

ଅଭିଯୁକ୍ତ ଦିଲୀପ ସ୍ବାମୀ ଓରଫ୍‌ ମାହି ଶର୍ମା ବିଭିନ୍ନ ଫ୍ଲିପକାର୍ଟ ଆଇଡିରୁ ଆଇଫୋନ୍ ଅର୍ଡର କରି ପ୍ରିପେଡ୍ ପେମେଣ୍ଟ କରୁଥିଲା। ଯେଉଁ ସହରରେ ଡେଲିଭରୀ ନେବାକୁ ପଡୁଥିଲା, ସେହି ସହରର ଫ୍ଲିପକାର୍ଟ ଡେଲିଭରୀ ବୟକୁ ୪-୫ ହଜାର ଟଙ୍କାର ଲୋଭ ଦେଖାଉଥିଲା। ଏହାପରେ ସେ ଡେଲିଭରୀ ବୟଠାରୁ ୧ ଘଣ୍ଟା ପାଇଁ ଆଇଫୋନ୍ ନେଇ ଆସୁଥିଲା। ଏହି ସମୟରେ, ଅସଲି ଆଇଫୋନ୍ ବଦଳରେ ଡମି ଆଇଫୋନ ରଖି ସେ ଡେଲିଭରୀ ବୟକୁ ଫେରାଇ ଦେଉଥିଲା। ଏହା ପରେ ଡେଲିଭରୀ ବୟ କମ୍ପାନୀକୁ ଡେଲିଭରୀ ବାତିଲ ବିଷୟରେ ଏକ ମେସେଜ୍ ପଠାଉଥିଲା, ଯାହା ପରେ ଅଭିଯୁକ୍ତ ଦିଲୀପ ସ୍ବାମୀ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରାଯାଉଥିଲା। ଅଭିଯୁକ୍ତମାନେ ଏହିପରି ଭାବେ ୩୦ରୁ ୪୦ ଆଇଫୋନ୍‌ ମଗାଇଥିବା ପଚରାଉଚରା ସମୟରେ କହିଛନ୍ତି। ଏହାଦ୍ବାରା କମ୍ପାନୀର ପ୍ରାୟ ୪୦ ଲକ୍ଷ ଟଙ୍କାର କ୍ଷତି ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories