www.samajalive.in
Sunday, December 7, 2025
18.1 C
Bhubaneswar

ଗାନ୍ଧୀଜୀ ସମସ୍ତଙ୍କୁ ଏକାଠି କରୁଥିଲେ, କିନ୍ତୁ ମୋଦୀ ସମସ୍ତଙ୍କୁ ବିଭାଜିତ କରୁଛନ୍ତି : ରାହୁଲ

ନୂଆଦିଲ୍ଲୀ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭାରତୀୟ ଜାତୀୟ କଂଗ୍ରେସ ଗାନ୍ଧୀଙ୍କ କର୍ମଭୂମି ସେବାଗ୍ରାମ ବା ବର୍ଦ୍ଧା ଠାରେ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ କଂଗ୍ରେସ ସଂକଳ୍ପ ଶୋଭାଯାତ୍ରା କରିଥିଲା। ଏହି ଶୋଭାଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଦି ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଫେଲ ଠାରୁ ଆରମ୍ଭ କରି ବେକାରୀ ପର୍ଯ୍ୟନ୍ତ ସବୁ ବିଷୟରେ କଡା ସମାଲୋଚନା କରିଥିଲେ। ଦେଶର ୧୫-୨୦ ଧନୀ ଲୋକମାନଙ୍କୁ ବକେୟା ଅର୍ଥ ମାଫ କରିପାରିବେ କିନ୍ତୁ ଗରିବ ଚାଷୀମାନଙ୍କ ଋଣ ଛାଡ କରିପାରିବେ ନାହିଁ। ଯୁବପିଢିମାନଙ୍କୁ ରୋଜଗାର ପ୍ରଦାନ କରିବା ଆଜି ବଡ ସମସ୍ୟା ଦେଖାଯାଇଛି। ମହାତ୍ମା ଗାନ୍ଧୀଙ୍କ କହୁଥିଲେ ଅହିଂସା ହିଁ ମାଧ୍ୟମ, ଲୋକମାନଙ୍କୁ ଶ୍ରଦ୍ଧା, ପ୍ରେମ କରିବା ଦରକାର, କିନ୍ତୁ ମୋଦୀ ସରକାର ଲୋକମାନଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଅଗଷ୍ଟ ୧୫ ଭାଷଣରେ ମୋଦୀ ସମଗ୍ର ଦେଶବାସୀଙ୍କୁ ଅପମାନ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories