www.samajalive.in
Monday, December 15, 2025
24.1 C
Bhubaneswar

ଜଙ୍ଗଲରୁ ମିଳିଲା ରସହ୍ୟମୟ ଛତୁ ; ଦୂର କରିବ ମସ୍ତିଷ୍କ ରୋଗ!

ଛତୁ ହେଉଛି ଉପକାରୀ ପନିପରିବା ମଧ୍ୟରୁ ଗୋଟିଏ । ଏହାର ସମସ୍ତ ପ୍ରଜାତି ସମଗ୍ର ବିଶ୍ୱରେ ମିଳିଥାଏ । ଯେଉଁଥିରେ ବିଭିନ୍ନ ପ୍ରକାରର ଗୁଣ ରହିଥାଏ। ବୈଜ୍ଞାନିକମାନେ ଅଷ୍ଟ୍ରେଲିଆର ଘଞ୍ଚ ଜଙ୍ଗଲରେ ଏପରି ଏକ ଉପକାରୀ ଛତୁ ଠାବ କରିଛନ୍ତି,ଯାହାକୁ ମ୍ୟାଜିକାଲ୍ ମଶରୁମ୍ କୁହାଯାଏ । ମାତ୍ର ଏହାର ପ୍ରଜାତି ଜଣାପଡିନାହିଁ। ଏହି ଛତୁ ଅଷ୍ଟ୍ରେଲିଆର ଉତ୍ତର ଅଞ୍ଚଳର କାକଡୁ ଏବଂ ଲିଚଫିଲ୍ଡ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଛି ।
ନ୍ୟାସନାଲ ପାର୍କରେ ମୃତ୍ତିକାର ନମୁନା ପରୀକ୍ଷା କରିବାବେଳେ କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫଙ୍ଗଲ୍ ଜେନେଟିକ୍ସ ଅନୁସନ୍ଧାନକାରୀ ଏହି ରହସ୍ୟମୟ ଛତୁ ପ୍ରଜାତିର ସନ୍ଧାନ କରିଛନ୍ତି।
ଅନୁସନ୍ଧାନ ସମୟରେ, ମାଟିରେ କେବଳ ଛତୁର ମାଇକ୍ରୋବାୟଲ୍ ଟ୍ରେସ ଦେଖିବାକୁ ମିଳିଥିଲା । ସେମାନେ କିପରି ଦେଖାଯାଉଛନ୍ତି ତାହା ଏବେ ଗବେଷକମାନଙ୍କ ମାନଙ୍କ ପାଇଁ ମଧ୍ୟ ରହସ୍ୟମୟ ଅଟେ । ମୃତ୍ତିକା ପରୀକ୍ଷା କରୁଥିବା ଡାକ୍ତର କହିଛନ୍ତି କାକଡୁର ହଜିଯାଇଥିବା (Psilocybe brunneocystidiata) ରହସ୍ୟମୟ ଛତୁ ଭଳି ହୋଇପାରେ। ଏହା ବାସ୍ତବରେ ସାଇକେଡେଲିକ୍ ଛତୁର ଏକ ପ୍ରଜାତି, ଯାହା ୧୯୭୦ ଦଶକରେ ମିଳିଥିଲା। ପାପୁଆ ନ୍ୟୁ ଗିନିର ରେନ୍‍ ଫରେଷ୍ଟରେ ଏହା ଦେଖିବାକୁ ମିଳିଥିଲା ।
କିଛି ସ୍ୱତନ୍ତ୍ର କାରଣ ପାଇଁ ଏହି ଅଧ୍ୟୟନ କରାଯାଉଥିବା ଜଣାପଡିଛି। ଏହି ପ୍ରକାରର ମଶରୁମ୍ ଅଷ୍ଟ୍ରେଲିଆ, ଆମେରିକା ଏବଂ ଏସିଆର ଜଙ୍ଗଲରେ ଦେଖାଯାଏ। ମାତ୍ର ଏହି ଏହି ପ୍ରଜାତିର କେଉଁଠାରୁ ଉତ୍ପନ୍ନ ହୋଇଛି ତାହା ଏପର୍ୟ୍ୟନ୍ତ ଜଣା ପଡିନାହିଁ। ଏହି ଛତୁର ଜେନେଟିକ୍ସ ଉପରେ ଅଧିକ ଅନୁସନ୍ଧାନରୁ ଜଣାପଡିଛି, ଏହା ବିଭିନ୍ନ ମସ୍ତିଷ୍କ ଜନିତ ବିଭିନ୍ନ ରୋଗ ଓ ମାନସିକ ଦୁଶ୍ଚିନ୍ତାକୁ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଉଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories