www.samajalive.in
Monday, December 8, 2025
13.1 C
Bhubaneswar

କାର୍ତ୍ତିକଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେବ ‘ଭୁଲ ଭୁଲୈୟା-୨’! ୩ ଦିନରେ ୫୦କୋଟି ପାର୍‌

ମୁମ୍ବାଇ: ବକ୍ସ ଅଫିସରେ କମାଲ୍‌ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲୈୟା-୨’। ମୁକ୍ତିଲାଭର ପ୍ରଥମ ଦିନରେ ୧୪.୧୧ କୋଟି ଟଙ୍କା ଆୟ କରିଥିବା ଏହି ଚଳଚ୍ଚିତ୍ର ୩ ଦିନରେ ୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ କରିଛି। ‘ଭୁଲ ଭୁଲୈୟା-୨’ ୩ ଦିନରେ ଭାରତୀୟ ବଜାରରେ ୫୫.୯୬ କୋଟି ଟଙ୍କା ଆୟ କରିଛି। ହିନ୍ଦୀ ଚଳଚ୍ଚିତ୍ରର ଆଜୀବନ ଆୟ ୨୦ କୋଟିରେ ସୀମିତ ରହୁଥିବା ବେଳେ ‘ଭୁଲ ଭୁଲୈୟା-୨’ର ଜବରଦସ୍ତ ବ୍ୟବସାୟ ହିନ୍ଦୀ ସିନେମାର ଅଭିବୃଦ୍ଧିରେ ବଡ଼ ଭୂମିକା ଗ୍ରହଣ କରିଛି।


ପ୍ରଥମ ଦିନରେ ୧୪.୧୧ କୋଟି ଆୟ ପରେ ଦ୍ବିତୀୟ ଦିନ ଫିଲ୍ମର ଆୟ ବୃଦ୍ଧି ପାଇଥିଲା। ଶନିବାର ‘ଭୁଲ ଭୁଲୈୟା-୨’ ୧୮.୩୪ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ଅର୍ଥାତ୍ ତୃତୀୟ ଦିନରେ ଆୟ ଆହୁରି ବୃଦ୍ଧି ପାଇ ୨୩.୫୧ କୋଟିରେ ପହଞ୍ଚିଛି। ‘ଭୁଲ ଭୁଲୈୟା-୨’ କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍‌ ଫିଲ୍ମ ବୋଲି ପ୍ରମାଣ କରୁଛି। ଏହା ପୂର୍ବରୁ କାର୍ତ୍ତିକଙ୍କ କୌଣସି ଫିଲ୍ମ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଏଭଳି ପ୍ରଦର୍ଶନ କରିନାହିଁ।

- Advertisement -

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories