ଛତୁ ହେଉଛି ଉପକାରୀ ପନିପରିବା ମଧ୍ୟରୁ ଗୋଟିଏ । ଏହାର ସମସ୍ତ ପ୍ରଜାତି ସମଗ୍ର ବିଶ୍ୱରେ ମିଳିଥାଏ । ଯେଉଁଥିରେ ବିଭିନ୍ନ ପ୍ରକାରର ଗୁଣ ରହିଥାଏ। ବୈଜ୍ଞାନିକମାନେ ଅଷ୍ଟ୍ରେଲିଆର ଘଞ୍ଚ ଜଙ୍ଗଲରେ ଏପରି ଏକ ଉପକାରୀ ଛତୁ ଠାବ କରିଛନ୍ତି,ଯାହାକୁ ମ୍ୟାଜିକାଲ୍ ମଶରୁମ୍ କୁହାଯାଏ । ମାତ୍ର ଏହାର ପ୍ରଜାତି ଜଣାପଡିନାହିଁ। ଏହି ଛତୁ ଅଷ୍ଟ୍ରେଲିଆର ଉତ୍ତର ଅଞ୍ଚଳର କାକଡୁ ଏବଂ ଲିଚଫିଲ୍ଡ ନ୍ୟାସନାଲ ପାର୍କରେ ଦେଖିବାକୁ ମିଳିଛି ।
ନ୍ୟାସନାଲ ପାର୍କରେ ମୃତ୍ତିକାର ନମୁନା ପରୀକ୍ଷା କରିବାବେଳେ କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫଙ୍ଗଲ୍ ଜେନେଟିକ୍ସ ଅନୁସନ୍ଧାନକାରୀ ଏହି ରହସ୍ୟମୟ ଛତୁ ପ୍ରଜାତିର ସନ୍ଧାନ କରିଛନ୍ତି।
ଅନୁସନ୍ଧାନ ସମୟରେ, ମାଟିରେ କେବଳ ଛତୁର ମାଇକ୍ରୋବାୟଲ୍ ଟ୍ରେସ ଦେଖିବାକୁ ମିଳିଥିଲା । ସେମାନେ କିପରି ଦେଖାଯାଉଛନ୍ତି ତାହା ଏବେ ଗବେଷକମାନଙ୍କ ମାନଙ୍କ ପାଇଁ ମଧ୍ୟ ରହସ୍ୟମୟ ଅଟେ । ମୃତ୍ତିକା ପରୀକ୍ଷା କରୁଥିବା ଡାକ୍ତର କହିଛନ୍ତି କାକଡୁର ହଜିଯାଇଥିବା (Psilocybe brunneocystidiata) ରହସ୍ୟମୟ ଛତୁ ଭଳି ହୋଇପାରେ। ଏହା ବାସ୍ତବରେ ସାଇକେଡେଲିକ୍ ଛତୁର ଏକ ପ୍ରଜାତି, ଯାହା ୧୯୭୦ ଦଶକରେ ମିଳିଥିଲା। ପାପୁଆ ନ୍ୟୁ ଗିନିର ରେନ୍ ଫରେଷ୍ଟରେ ଏହା ଦେଖିବାକୁ ମିଳିଥିଲା ।
କିଛି ସ୍ୱତନ୍ତ୍ର କାରଣ ପାଇଁ ଏହି ଅଧ୍ୟୟନ କରାଯାଉଥିବା ଜଣାପଡିଛି। ଏହି ପ୍ରକାରର ମଶରୁମ୍ ଅଷ୍ଟ୍ରେଲିଆ, ଆମେରିକା ଏବଂ ଏସିଆର ଜଙ୍ଗଲରେ ଦେଖାଯାଏ। ମାତ୍ର ଏହି ଏହି ପ୍ରଜାତିର କେଉଁଠାରୁ ଉତ୍ପନ୍ନ ହୋଇଛି ତାହା ଏପର୍ୟ୍ୟନ୍ତ ଜଣା ପଡିନାହିଁ। ଏହି ଛତୁର ଜେନେଟିକ୍ସ ଉପରେ ଅଧିକ ଅନୁସନ୍ଧାନରୁ ଜଣାପଡିଛି, ଏହା ବିଭିନ୍ନ ମସ୍ତିଷ୍କ ଜନିତ ବିଭିନ୍ନ ରୋଗ ଓ ମାନସିକ ଦୁଶ୍ଚିନ୍ତାକୁ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଉଛି।
ଜଙ୍ଗଲରୁ ମିଳିଲା ରସହ୍ୟମୟ ଛତୁ ; ଦୂର କରିବ ମସ୍ତିଷ୍କ ରୋଗ!
Popular Categories



