ଜ୍ଞାନବାପୀ ମାମଲା- ସୁପ୍ରିମକୋର୍ଟଙ୍କ ଆଦେଶ ମସ୍‌ଜିଦ୍‌ରେ ଶିବଲିଙ୍ଗ ମିଳଥିବା ସ୍ଥାନର ସୁରକ୍ଷା କର, ନମାଜ ପାଠ ଯେପରି ବନ୍ଦ ହେବନି ଦୃଷ୍ଟି ଦିଅ

ନୂଆଦିଲ୍ଲୀ – କାଶୀ ବା ବନାରସ୍‌ରେ ଶିବଙ୍କ ମନ୍ଦିର ଭାଙ୍ଗି ସେଠାରେ ମସ୍‌ଜିଦ୍‌ ନିର୍ମାଣ କରାଯାଇଥିବା କୁହାଯାଏ । ଜ୍ଞାନବାପୀ ଏକ ସଂସ୍କୃତ ଶଦ୍ଦ ହୋଇଥିବା ବେଳେ ସେଠାରେ ଶିବ ମନ୍ଦିର ଥିଲା ଏବଂ ଔରଙ୍ଗଜେବ୍‌ ଏହାକୁ ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରିଥିଲେ । ସେଠାରେ ହାତ ପାଦ ଧୋଉଥିବା ପୁଷ୍କରଣୀରେ ଶିବ ଲିଙ୍ଗ ଥିବା କଥା କୁହାଯାଏ । ଅଦାଲତଙ୍କ ନିର୍ଦେଶ ପରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଏହାର ସର୍ବେକ୍ଷଣ କରାଯାଉଥିଲା ।

ସୁପ୍ରିମକୋର୍ଟରେ ଏ ବିଷୟରେ ଦାୟର ମାମଲାର ଶୁଣାଣୀ କରି ଶିବ ଲିଙ୍ଗ ମିଳିଥିବା ସ୍ଥାନର ସୁରକ୍ଷା କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହା ସହ ସେଠାର ନମାଜ ପାଠ ଯେପରି ବନ୍ଦ କରା ନଯାଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

prayash

ମଙ୍ଗଳବାରରେ ବାରଣାସୀ ହାଇକୋର୍ଟ ଏହି ପ୍ରସଙ୍ଦରେ ପ୍ରତ୍ନତତ୍ୱ ବିଭଗାର ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହା ସହ ସର୍ବେକ୍ଷଣ କମିଶନର ଅଜୟ ମିଶ୍ରଙ୍କୁ ହଟାଇ ଦେଇଛନ୍ତି .

ଜ୍ଞାନବାପୀ ପରିସରକୁ ସିଲ୍‌ କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ଅଦାଲତରେ ମାମଲା ଦାୟର ପରେ ମୁସଲିମ୍‌ ଲ ବୋର୍ଡ ଏହାର ଜରୁରୀ କାଳୀନ ବୈଠକ ଡକାଇଥିଲା ।

kalyan agarbati

Comments are closed.