ବିଶ୍ୱନାଥପୁରଠାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
ଲାଞ୍ଜିଗଡ଼:କରୋନାଜନିତ ଲକଡାଉନ୍ ଯୋଗୁଁ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ, ପିଡି ଡିଆର୍ଡିଏ ସୋମେଶ କୁମାର ଉପାଧ୍ୟାୟ, ସିଡିଏମ୍ଓ ଡ. କସ୍ତୁରୀ ମିଶ୍ର, କେସିଙ୍ଗା ଏସ୍ଡିପିଓ ଅଭିନବ ସୋନକର, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡିଓ ବିଭୂତିଭୂଷଣ ଶତପଥିଙ୍କ ସମେତ ଜିଲା ଓ ବ୍ଲକସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବ୍ଲକର ୨୬ଟି ପଞ୍ଚାୟତ ଅଞ୍ଚଳର ଅନେକ ପୁରୁଷ ଓ ମହିଳା ଯୋଗ ଦେଇ ନିଜ ନିଜର ଅଭିଯୋଗ ଦାଖଲ କରିଥିବାବେଳେ ଜିଲ୍ଲାର ସର୍ବକାଳୀନ ରେକର୍ଡ ସଂଖ୍ୟକ ୩୯୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ମୋବାଇଲ ଯୋଗାଯୋଗ, ବିଦ୍ୟୁତ୍ ସେବା ଆଦି ବିଭିନ୍ନ ପ୍ରସଙ୍ଗରେ ଲୋକେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅବସରରେ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ସହିତ ସମସ୍ତ ସରପଞ୍ଚ ଓ ସମିତିସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।
Comments are closed.