ରେଙ୍ଗାଲି ଥାନାରେ ରକ୍ତଦାନ ଶିବିର; ୧୫୦ ୟୁନିଟ୍ ରକ୍ତ ସଂଗ୍ରହ
ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନାରେ ମୋ ସରକାର ଅଭିଯାନର ଆହ୍ୱାନକ୍ରମେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ସଦର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ରେଙ୍ଗାଲି ଥାନାର ଆଇଆଇସି ଧବଳେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଶିବିରରେ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ବୁର୍ଲା ରକ୍ତ ଭଣ୍ଡାରର ବିଭାଗୀୟ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ପୁଲିସ କର୍ମଚାରୀ, ବହୁ ସଂଖ୍ୟକ ସ୍ଥାନୀୟ ସ୍ୱେଚ୍ଛାସେବୀ ଏବଂ ସାମ୍ବାଦିକ ରକ୍ତଦାନ କରିଥିଲେ। ଶେଷରେ ରକ୍ତଦାତାମାନଙ୍କୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତି ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ରକ୍ତଦାନ ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରରୁ ରକ୍ତ ସଂଗ୍ରହ ପାଇଁ ଆସିଥିବା କର୍ମଚାରୀମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.