www.samajalive.in
Thursday, December 11, 2025
26.1 C
Bhubaneswar

ଦେବଗଡ଼ ଜିଲାରେ ଜଳ ବିଭାଜିକା ପ୍ରକଳ୍ପ ବାଟବଣା

ଦେବଗଡ଼:ଗ୍ରାମାଞ୍ଚଳର ବିକାଶ ସମେତ ଓ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ମନରେଗା)ଯୋଜନା ଆରମ୍ଭ କରିଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀ, ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦେବଗଡ ଜିଲାରେ ଏହି ଯୋଜନା ପ୍ରହଶନରେ ପରିଣତ ହୋଇଛି। ଶ୍ରମିକମାନେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ହେଁ ମନରେଗା ଅଧିନସ୍ଥ ନିର୍ମାଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱିପ୍ରହରେ ମ୍ୟାସିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକ ମାନେ କାମଧନ୍ଦାରୁ ବଂଚିତ ହେବାସହ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମନରେଗା ଯୋଜନା କାର୍ଯ୍ୟକାରୀ ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ଏହି କ୍ରମରେ ମନରେଗା ଯୋଜନାରୁ ରିଆମାଳ ବ୍ଲକ ନୂଆଁଡିହ ଗ୍ରାମ ପଂଚାୟତର ମଲ୍ଲାରବାହାଳ ଗ୍ରାମରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ଚାଲିଥିବା କ୍ଷେତ ପୋଖରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମଲ୍ଲାରବାହାଳ ଗ୍ରାମର ଚାଷୀ ଦିଲ୍ଲିପ କୁମାର ପ୍ରଧାନ ନାମରେ ୨୦୨୦-୨୦୨୧ ଆର୍ଥୀକ ବର୍ଷରେ ଏକ କୃଷି ପୋଖରୀ ନିମନ୍ତେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ୧ଲକ୍ଷ ୭୭ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଏହାର ନିର୍ମାଣ କାର୍ଯ୍ୟରେ କୌଣସି ଶ୍ରମିକଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱି’ ପ୍ରହରେ ମ୍ୟାସିନ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଏହି ପୋଖରୀ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବସିଥିଲେ ହେଁ ସୂଚନା ଫଳକରେ ବର୍ତ୍ତମାନ ପର୍ଯ୍ୟକ୍ତ ନିର୍ମାଣ କର୍ଯ୍ୟା ଆରମ୍ଭ ସମ୍ବନ୍ଦୀତ କୌଣସି ସୂଚନା ଉଲ୍ଲେକ କରାଯାଇନାହିଁ। ଏପରିକି ନିର୍ମାଣ କର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକରେ କୋଡ ନମ୍ବର ଉଲ୍ଲେଖ କରାଯିବା ବାଧ୍ୟତା ମୂଳକ ହୋଇଥିବା ବେଳେ ସୂଚନା ଫଳକରେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟର କୋର୍ଡ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇନାହିଁ। ଫଳରେ ଏହା ପଛରେ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ସ୍ପଷ୍ଟ ଅନୁମେୟ ହେଉଛି। କାରଣ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟର କୋଡ ନମ୍ବର ଉଲ୍ଲେଖ କରାନଯିବା ପର୍ଯ୍ୟନ୍ତ ଜିଓ ଟ୍ୟାଗିଂ ହୋଇପାରିବ ନାହିଁ କି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ମାତ୍ର ସମସ୍ତ ନୀତି ନିୟମର ଉଲ୍ଲଙ୍ଘନ କରାଯାଇ ଉକ୍ତ ପୋଖରୀର ନିର୍ମାଣ କାର୍ଯ୍ୟ ବାବଦକୁ ମଷ୍ଟର ରୋଲ ପ୍ରସ୍ତୁତ ହେବାସହ ଇତି ମଧ୍ୟରେ ୬୯୨୩୦ ଟଙ୍କାର ବିଲ ମଧ୍ୟ ପ୍ରଦାନ କରାଯାଇସାିଛି। ଫଳରେ ନିର୍ମଣ କାର୍ଯ୍ୟର ସ୍ୱଚ୍ଛତା ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେବାସହ ବିଭାଗୀୟ ଫାଇଲ ଏବଂ ନିର୍ମାଣ କାର୍ଯ୍ୟ ସମ୍ପର୍କୀତ କାଗଜ ପତ୍ରରେ ଜାଲିଆତି କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅନ୍ୟ ପକ୍ଷରେ ନିର୍ମଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ମ୍ୟାସିନ ସାହାଯ୍ୟରେ ପୋଖରୀ ଖନନ କାର୍ଯ୍ୟ ଚାଲିଥିବାରୁ କାମ ଧନ୍ଦା ଅଭାବରୁ ହାତବାନ୍ଧି ବସିଥିବା ଶ୍ରମିକ ମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇବା ସହ ସେମାନେ ଏଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ ଜଣାଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ରିଆମାଲ ବ୍ଲକ ମୃତିକା ସଂରକ୍ଷଣ ବିଭାଗର ଓଭରସିଓର ସିଙ୍ଗୁରାମ ମୁର୍ମୁଙ୍କ ମତାମତ ଲୋଡିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରି ପ୍ରଶ୍ନକୁ ଏଡାଇଯାଇଥିଲେ। ଅନ୍ୟପକ୍ଷରେ ମତାମତ ପାଇଁ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ଜଗଦେବଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories