ଧନୁପାଲି ଥାନା ସମ୍ମୁଖ ଦେଇ ମାଟି ଚୋରା ଚାଲାଣ : ଆଦାୟ ହେଲା ୧ ଲକ୍ଷ ଟଙ୍କାର ଜରିମାନ ଏବଂ ୪୮, ୧୦୦ ଟଙ୍କା ରୟାଲଟି
ଜିଲାପାଳଙ୍କ ନିର୍ଦ୍ଦେଶରେ ମାଟି ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର: ରବିବାର ରାତିରେ ପ୍ରଶାସନ ପକ୍ଷରୁ ୨ଟି ହାଇୱା ଗାଡିରେ ଚୋରା ମାଟି ଚାଲାଣ କରାଯାଉଥିବା ବେଳେ ସେଗୁଡିକୁ ଧରାଯାଇଛି। ସମ୍ବଲପୁର ସହରର କାଈଁଶୀର ଓ ସଙ୍ର୍କମା ଅଞ୍ଚଳରେ ବେଆଇନ ଭାବରେ ବଡ ବଡ ହାଇୱା ଗାଡି ଲଗାଇ ମାଟି ଚୋରା ଚାଲାଣ କରାଯାଉଥିବା ନେଇ ଜିଲାପାଳଙ୍କୁ ଖବର ମିଳିଥିଲା। ଏଣୁ ତୁରନ୍ତ ସେ ବିଭାଗୀୟ ଅଧିକାରୀ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଏହି ନିର୍ଦ୍ଦେଶ ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀ ଓ କର୍ମଚାରୀ ମାନେ ବାହାରିଥିବା ବେଳେ କିନ୍ତୁ ଘଟଣାସ୍ଥଳରୁ ଚୋରା ଚାଲାଣକାରୀମାନେ ଫେରାର ହୋଇ ଯାଇଥିଲେ। ଧରାପଡିଥିବା ଦୁଇଟି ହାଇୱାକୁ ଜବତ କରାଯାଇ ଧନୁପାଲି ଥାନାରେ ରଖାଯାଇଥିବା ବେଳେ ସୋମବାର ଜରିମାନା ଓ ରୟାଲଟି ରସିଦ କଟା ଯାଇଛି। ଅପରପକ୍ଷରେ ଏହି ଚୋରା ମାଟି ଚାଲାଣ ସମୟରେ ସମୁଦାୟ ୫ଟି ହାଇୱା ଥିବା ବେଳେ କେବଳ ୨ଟି ଗାଡିକୁ ଧରିବାରେ ପ୍ରଶାସନିକ ଦଳ ଧରିବାରେ ସକ୍ଷମ ହୋଇଛି। ଏ ସର୍ମ୍ପକରେ ସଦର ତହସିଲଦାର ଲକ୍ଷ୍ମଣ ଅମାତ କହିଛନ୍ତି ଯେ ଚୋରା ମାଟି ଚାଲାଣ ଅଭିଯୋଗରେ ୨ଟି ହାଇୱା ଗାଡି ଜବତ କରାଯାଇଛି। ଏହି ୨ ହାଇୱା ଗାଡିକୁ ୧ ଲକ୍ଷ ଟଙ୍କାର ଜରିମାନ ଏବଂ ୪୮ ହଜାର ୧୦୦ ଟଙ୍କାର ରୟାଲଟି ଆଦାୟ କରାଯାଇଛି ବୋଲି ଅମାତ କହିଛନ୍ତି।
Comments are closed.