www.samajalive.in
Monday, December 15, 2025
24.1 C
Bhubaneswar

ଚତୁର୍ଥ ଦିବସରେ ‘ମହିଳା ବିଜ୍‌ନେସ୍ ମେଳା’: ଯୋଗଦେଲେ ବଲିଉଡ଼୍ ଅଭିନେତା ଅର୍ଜୁନ ରାମପାଲ ଓ ନିର୍ଦେଶକ ଇମତିଆଜ୍ ଅଲ୍ଲି

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁରସିପ୍ ଦ୍ୱାରା ଜନତା ମଇଦାନରେଚାଲିଥିବା ଭାରତର ପ୍ରଥମ ମହିଳା ବିଜନେସ୍ ମେଳାର ଆଜି ଥିଲା ଚତୁର୍ଥ ଦିବସ। ମେଳାର ଦିନଯେତେ ସରି ସରି ଆସୁଛି ଭିଡ଼ ସେତେ ଅଧିକ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ଖରା କମିବା ମାତ୍ରେ ଲୋକଙ୍କ ସୁଅ ଛୁଟୁଛି। ଦର୍ଶକଙ୍କ ମାନଙ୍କ ମଧ୍ୟରୁ କିଏ ମହିଳା ଉଦ୍ୟୋଗୀଙ୍କ ଷ୍ଟଲ ବୁଲି ଦେଖିଥିଲେ ତ କିଏ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବାର ମଜ୍ଜା ନେଇଥିଲେ। କେବଳ ସେତିକି ନୁହେଁ ଛୋଟ ଛୋଟ ପିଲାମାନେ ଗେମିଂ ଜୋନ୍‌ରେ ଖେଳକୁଦ କରୁଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହଲା ମେଳା ପରିସରରେ ରହିଥିବା ସେଲ୍ଫି ଜୋନ୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକ ସେଠାରେ ରହିଥିବା ସେଲ୍ଫି ନେବା ପାଇଁ ଭିଡ଼ ଜମାଉଛନ୍ତି । ଚତୁର୍ଥ ଦିବସର ମୁଖ୍ୟ ଆକର୍ଷଣ ରହିଥିଲେ ବଲିଉଡ଼୍ ଅଭିନେତା ଅର୍ଜୁନ ରାମପାଲ ଏବଂ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲି। ତାଙ୍କର ଟିକେ ଝଲକ ପାଇବା ପାଇଁ ମେଳା ପରିସର ଲୋକାରଣ୍ୟ ହୋଇ ପଡ଼ିଥିଲା।

- Advertisement -

ସେହିପରି ଶନିବାର ୫ଟି ଅଧିବେଶନ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟବକ୍ତା ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏଚ୍‌.ଇ.ଇନା.ଏଚ୍ କ୍ରିଷ୍ଣମୃର୍ତ୍ତି, ମିନୁ ପଟ୍ଟନାୟକ, ରାଜୀବ ସାହୁ, ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସୋନୀ ସାମଲ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମହିଳା ଉଦ୍ୟୋଗୀ ପରିଷଦର ସହ-ଆବାହକ ରାମପାଲ, ମହିଳା ଉଦ୍ୟୋଗୀ ପରିଷଦର ସହ-ଆବାହକ ତନୟା ପଟ୍ଟନାୟକ ଓ ସୋଫିଆ ଫିରଡ଼ୋସ୍ ଭାଗ ନେଇ ବିଭିନ୍ନ ଅଧିବେଶନରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶୁକ୍ରବାର ସନ୍ଧ୍ୟାରେ ଭିଡ଼ ବେଶ୍ ଅଧିକ ଦେଖିବାକୁ ମିଳିଥିଲା। ଦର୍ଶକ ମହିଳା ଉଦ୍ୟୋଗୀଙ୍କ ଷ୍ଟଲ ବୁଲି ଦେଖିବା ସହ ପାରମ୍ପରିକ ଖାଦ୍ୟର ମଜା ନେଇଥିଲେ। ଏହା ଆସନ୍ତା ୮ ତାରିଖ ଯାଏଁ ଚାଲିଥିବା ବେଳେ ଦିନ ୧ଟାରୁ ରାତି ୧୦ଟା ଯାଏଁ ଦର୍ଶକ ନିଶୁଳ୍କ ଭାବେ ବୁଲି ଦେଖି ପାରିବେ ବୋଲି ସୂଚନା ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories