ଲକ୍ଷ୍ମୀନାରାୟଣପୁର ଠାରେ ଅକ୍ଷିମୁଠି ଅନୁକୂଳ, ଭଲ ଫସଲ ଅମଳ ଓ କୃଷକଙ୍କ ଉନ୍ନତି ପାଇଁ ପ୍ରାର୍ଥନା

ପିପିଲି:ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଲକ୍ଷ୍ମୀନାରାୟଣପୁର ଠାରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ପିପିଲି ବିଧାୟକ ଶ୍ରୀ ମହାରଥୀ ରୀତିନିତୀ ଅନୁଯାୟୀ ଅକ୍ଷିମୁଠି ଅନୁକୂଳ କରିଥିଲେ। ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଜମିରେ ପୂଜାର୍ଚ୍ଚନା କରାଯିବା ପରେ ଶ୍ରା ମହାରଥୀ ନିଜେ ବଳଦ ଓ ଲଙ୍ଗଳ ଦ୍ୱାରା ଚାଷଜମିକୁ ହଳ କରିବା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ରାଜ୍ୟ ବିଜେଡି ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟା ସୁଶ୍ରୀ ସଙ୍ଗୀତା ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ସଂପାଦକ ସତ୍ୟଜିତ ରାୟଚୈାଧୁରୀ, ବରିଷ୍ଠନେତା ଅଜୟ ଲେଙ୍କା, ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ, ସମିତିସଭ୍ୟା ସବିତା ବେହେରା, ପୁର୍ବତନ ସରପଞ୍ଚ ସୁଜାତା ନାୟକ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ମନୋଜ ଦାଶ, ବିଷ୍ଣୂପ୍ରସାଦ ଦଳେଇ, ପୁର୍ବତନ ସରପଞ୍ଚ ପ୍ରକାଶ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.